ରବିବାର ରାଶିଫଳ

0

ମେଷ: ଆତ୍ମୀୟ ସ୍ୱଜନ ଓ ମିତ୍ରମାନଙ୍କ ସହିତ ଆନନ୍ଦ ଉତ୍ସବରେ ମାତି ରହିବେ। ପରିବାରର ମୁଖ୍ୟ ହେବେ। ବିନୀତ ସ୍ୱଭାବ ହେବ। ଦାନଶୀଳ ହେବେ। ସୁସ୍ଥ ଓ ନିରାମୟ ରହିବେ। ପ୍ରେମୀ ଓ ବୁଦ୍ଧିମାନ ହେବେ।

ବୃଷ: ଦିନସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ମନ ପ୍ରସନ୍ନ ରହିବ। ଧାର୍ମିକ ପ୍ରବୃତ୍ତିର ହେବେ। ମିଷ୍ଟଭାଷୀ ହେବେ। ମେଳାପୀ ପ୍ରକୃତିର ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ପ୍ରେମୀ ଓ ସାହସୀ ହେବେ।

ମିଥୁନ: ପୈତୃକ ସମ୍ପତ୍ତି ଉଦ୍ଧାର କରିବାରେ ସକ୍ଷମ ହେବେ। ଆଶାବାଦୀ ହେବେ। ନିଜ ଅର୍ଜିତ ଧନଭୋଗ କରିବେ। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଆପଣଙ୍କ ପରାମର୍ଶ ଉପାଦେୟ ହେବ। ଅର୍ଥାଗମ ହେବ।

କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ପଦାଧିକାରୀ ହେବେ। ଧର୍ମ-ଧାରଣାରେ ବ୍ରତୀ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ।

ସିଂହ: ଉପଯୁକ୍ତ କର୍ମାନୁରକ୍ତ ହୋଇ ସୁଖୀ ହୋଇପାରନ୍ତି। କାର୍ଯ୍ୟ ସମ୍ପାଦନା ବିଶୃଙ୍ଖଳିତ ହୋଇପାରେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ରାଜଯୋଗ ଭୋଗ ହୋଇପାରେ।

କନ୍ୟା: ତୀର୍ଥଯାତ୍ରାର ସୁଯୋଗ ମିଳିବ। ମନ ପ୍ରସନ୍ନ ରହିବ। ସନ୍‍ମାର୍ଗୀ ହେବେ। କର୍ମ ଚଞ୍ଚଳ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଜ୍ଞ ବ୍ୟକ୍ତିରେ ଗଣ୍ୟ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ।

ତୁଳା: ସୁଖ ସମ୍ମାନ ପ୍ରାପ୍ତ ହୋଇପାରନ୍ତି। ନିଧିପ୍ରାପ୍ତ ହେବେ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। କୃଷିକର୍ମକୁ ପ୍ରାଧାନ୍ୟ ଦେବେ। ରାଜ ସୁଖ ମିଳିପାରେ। ମହିମା ପ୍ରକାଶ କରିବେ। ମନ ପ୍ରସନ୍ନ ରହିବ। ଦୟାଳୁ ଓ ଧନବାନ ହେବେ।

ବିଛା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ମହାନ୍‍ ବ୍ୟକ୍ତିରେ ପରିଗଣିତ ହେବେ। ନିଜ ବନ୍ଧୁ-ବାନ୍ଧବଙ୍କ ପ୍ରତି ସ୍ନେହଶୀଳ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ଆନନ୍ଦ ଉତ୍ସବ ଲାଗି ରହିବ।

ଧନୁ: ଧାରାବାହୀକ ଭାବେ କାର୍ଯ୍ୟ ସମ୍ପାଦନ କଲେ ସଫଳତା ମିଳିବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ସାମର୍ଥ୍ୟର ପ୍ରରିପ୍ରକାଶ ଘଟାଇ ପାରନ୍ତି। ବାଧା-ବିଘ୍ନକୁ ଏଡ଼ାଇ ଧନପ୍ରାପ୍ତ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।

ମକର: ବିଳାସ ବ୍ୟସନ ଦ୍ରବ୍ୟ ସଂଗ୍ରହ କରିବେ। ଆନନ୍ଦ ଉତ୍ସବ ଲାଗି ରହିବ। ଉତ୍ତମା ପତ୍ନୀଙ୍କ ଦ୍ୱାରା ଉପକୃତ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ। ବହୁସୁଖର ଅଧିକାରୀ ହେବେ। ମନପ୍ରସନ୍ନ ରହିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

କୁମ୍ଭ: ମନୋବଳ ଦୃଢ଼ ରହିବ। ଅଯଥା ଖର୍ଚ୍ଚାନ୍ତ ହେବେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଜଟିଳ ପ୍ରକୃତିର ବନ୍ଧୁଙ୍କ ଠାରୁ ସରଳତା ଆଶା କରିବା ଠିକ୍‍ ନୁହେଁ। ବିପୁଳ ପରିମାଣର ସମ୍ପତ୍ତି ଲାଭ କରିବେ।

ମୀନ: ବାହାରୁ ଘରକୁ ପ୍ରତ୍ୟାଗମନ ହୋଇପାରେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମ ଚଞ୍ଚଳ ରହିବେ। ହଠାତ୍‍ କିଛି ଧନ ମିଳିବାର ସୁଯୋଗ ଅଛି। ବ୍ୟବସାୟରୁ ପ୍ରଚୁର ଧନଲାଭ ହୋଇପାରେ।

Leave A Reply