ଶନିବାର ରାଶିଫଳ

0

ମେଷ: ବନ୍ଧୁମାନଙ୍କ ଗହଣରେ ସମୟ ଅତିବାହିତ କରିପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ବ୍ୟକ୍ତି ବିଶେଷ ଭାବେ ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମ କରିବେ।

ବୃଷ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଭୋଗ କରିପାରନ୍ତି। ବିବାଦରେ ବିଜୟୀ ହେବେ।

ମିଥୁନ: ପାରିବାରିକ ଶାନ୍ତି ଅନୁଭବ କରିପାରନ୍ତି। ଭାଗ୍ୟଶାଳୀ ହେବେ। ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ଧନାଗମର ସୂଚନା ମିଳୁଛି। ମଧୁରଭାଷୀ, ଶାନ୍ତିପ୍ରିୟ, ସହନଶୀଳ ଓ ଉଦାର ବିଦ୍ୟାପ୍ରେମୀ ହେବେ।

କର୍କଟ: ନିଜ ମନକୁ ନିଜେ ସାନ୍ତ୍ୱନା ଦେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ଧନ-ସମ୍ପଦ ଭରପୂର ରହିବ।

ସିଂହ: ବ୍ୟୟ ବୃଦ୍ଧି ଯୋଗୁଁ ଅନୁତପ୍ତ ହେବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବେ। ଏକାନ୍ତ ପ୍ରିୟ ହେବେ। ମଧୁରଭାଷୀ ହୋଇପାରନ୍ତି। ରାଜଯୋଗ ଅଛି। ସମସ୍ତଙ୍କର ଆଦରଣୀୟ ହେବେ।

କନ୍ୟା: ଭ୍ରାତୃ ସ୍ନେହ ରହିବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ଚନ୍ତ୍ର, ମନ୍ତ୍ର ଓ ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା: କର୍ମ ତତ୍ପରତା ପ୍ରକାଶ ପାଇବ। କୁଳ ଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ।

ବିଛା: ଆଳସ୍ୟ ପରାୟଣ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଧର୍ମାତ୍ମା ଓ ପ୍ରବାସପ୍ରିୟ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।

ଧନୁ: ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ପରାକ୍ରମୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଯାନବାହନରେ ସତର୍କ ରହିବେ।

ମକର: ସତ୍‍ପ୍ରେରଣା ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ବ୍ୟବସାୟ ଲାଭଜନକ ହେବ। ମନରେ ଅହଂ ଭାବ ଆସିପାରେ। ସେବା ମନୋଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି।

କୁମ୍ଭ: ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଗଠନମୂଳକ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଶରୀର ସୁସ୍ଥ ରହିବ। ଭୟ ଉପୁଜାଇ ଥିବା ଶତ୍ରୁକୁ ଦୃଢ଼ ହସ୍ତରେ ଦମନ କରି ଆଶ୍ୱସ୍ତ ହେବେ। ଚାକିରି କ୍ଷେତ୍ରରେ ବହୁ ସୁନାମର ଅଧିକାରୀ ହେବେ।

ମୀନ: ହାତରୁ କାର୍ଯ୍ୟ ଖସି ନ ଯିବ, ସେଥିପାଇଁ ଚଞ୍ଚଳ ଚେଷ୍ଟିତ ହେବେ। ଆକସ୍ମିକ ଧନ ଲାଭ ହୋଇପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସଞ୍ଚୟାଭିମୁଖୀ ହେବେ।

Leave A Reply