ଶୁକ୍ରବାର ରାଶିଫଳ

0

ମେଷ: ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ନିଷ୍ଠା ବୃଦ୍ଧି ହେବ। ଅକ୍ଲେଶରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। କୌଶଳରେ କାର୍ଯ୍ୟ ସମ୍ପାଦନ କରି କୃତକାର୍ଯ୍ୟ ହେବେ। ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭ।

ବୃଷ: ରୋହିଣୀ ନକ୍ଷତ୍ର ଜାତବୃକ୍ତି ଯାହା ଇଚ୍ଛା କରିବେ ତାହା ପ୍ରାପ୍ତ ହୋଇପାରନ୍ତି। ତଥାପି ମନରେ ଆଶଙ୍କା ଜାତ ହୋଇପାରେ। ବାଧା-ବିଘ୍ନ ଥାଇ ମଧ୍ୟ ସଫଳତା ମିଳିବ; ମାତ୍ର ବିଳମ୍ବିତ ହେବ। କୃର୍ତ୍ତିକା ଓ ମୃଗଶିରାର ସାମାନ୍ୟ ଶୁଭ।

ମିଥୁନ: ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଚାହୁଁ ଥିବା ସାହାଯ୍ୟ ପାଇବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟରେ ଲାଭବାନ ହେବେ। ମୃଗଶିରା ଓ ପୁନବର୍ସୁ ନକ୍ଷତ୍ରରେ ସାମାନ୍ୟ ଶୁଭ।

କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ। ପୁନର୍ବସୁ ନକ୍ଷତ୍ର ଖର୍ଚ୍ଚାନ୍ତ ହେବେ।

ସିଂହ: ପୂର୍ବା ଫାଲଗୁନୀ ନକ୍ଷତ୍ର ଜାତବ୍ୟକ୍ତିଙ୍କର ଆୟ ବୃଦ୍ଧି ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ସଫଳତା ହାସଲ କରିବେ। ଲୋକମାନଙ୍କର ପ୍ରିୟ ପାତ୍ର ହେବେ। ଚଞ୍ଚଳ ଚେଷ୍ଟିତ ହେବେ। ମଘା ଓ ଉତ୍ତରାଫାଲଗୁନୀର ସାମାନ୍ୟ ଶୁଭ।

କନ୍ୟା: ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ପ୍ରଭାବଶାଳୀ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କୀର୍ତ୍ତିମାନ ହୋଇପାରନ୍ତି। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତରା ଫାଲଗୁନୀ ଓ ଚିତ୍ରାର ସାମାନ୍ୟ ଶୁଭ।

ତୁଳା: ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତି ପରୋପକାରୀ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିବ। ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ବିତାଇ ପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିବାଦରେ ବିଜୟୀ ହେବେ। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ।

ବିଛା: ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ଯୁଗ୍ମ ବ୍ୟବସାୟରେ ଲାଭବାନ ହେବେ। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଜଳଯାତ୍ରା ନିଷେଧ।

ଧନୁ: ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବନ୍ଧୁଙ୍କ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହେବେ। ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ବ୍ୟକ୍ତିଙ୍କର ସାମାନ୍ୟ ଶୁଭ।

ମକର: ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ଦେଶ ବାହାରକୁ ଯାତ୍ରା କରି ଅଧିକ ରୋଜଗାରକ୍ଷମ ହେବେ। ଶରୀର ସୁସ୍ଥ ରହିବ। ବଳବାନ ହୋଇପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ମନୋବଳ ଦୃଢ଼ ରହିବ। ଧନିଷ୍ଠା ଓ ଉତ୍ତରାଷାଢ଼ାର ଚକ୍ଷୁ ଯନ୍ତ୍ରଣା।

କୁମ୍ଭ: ଶତଭିକ୍ଷା ନକ୍ଷତ୍ରଜାତ ବ୍ୟକ୍ତି ଧ÷ର୍ଯ୍ୟବାନ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଅପ୍ରିୟ ସତ୍ୟ କହିବେ। ସାହସୀ, ଜ୍ଞାନୀ, ଗରିମାଯୁକ୍ତ ହେବେ। ଧନିଷ୍ଠା ଓ ପୂର୍ବ ଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭ।

ମୀନ: ଉତ୍ତରା ଭାଦ୍ରପଦ ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତି ଦେଣ, ନେଣ କାର୍ଯ୍ୟରେ ସଫଳତା ମିଳିପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ। ପୂର୍ବ ଭାଦ୍ରପଦ ନକ୍ଷତ୍ରର ସାମାନ୍ୟ ଶୁଭଫଳ ହେବ।

Leave A Reply