ମଙ୍ଗଳବାର ରାଶିଫଳ

0

ମେଷ: ଭ୍ରାତୃ ବିବାଦର ସମାଧାନ ହେବ। ଉଚ୍ଚ ଆଶା ଫଳବତୀ ହେବ। ପାରିବାରିକ ସୁଖ ମିଳିବ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସର୍ବାଙ୍ଗୀଣ ଉନ୍ନତିର ସୂଚନା ମିଳୁଛି।

ବୃଷ: ଆଶାବାଦୀ ହେବେ। ପ୍ରଚୁର ଆୟର ସୂଚନା ମିଳୁଛି। ବନ୍ଧୁ କିମ୍ବା ସରକାରୀ ସହାୟତା ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ: ବିଦେଶ ଯାତ୍ରା କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ବାଧା ଉପୁଜି ପାରେ। କଥା କହି ପରକୁ ଆପଣାର କରିପାରନ୍ତି। ଥଣ୍ଡାରେ ଆକ୍ରାନ୍ତ ହେବେ।

କର୍କଟ: ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ମହାନ୍‍କରି ଗଢ଼ି ତୋଳିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ସ୍ତରରୁ ଲାଭବାନ ହୋଇପାରନନ୍ତି।

ସିଂହ: ଅତିଥି ସତ୍କାର କରିପାରନ୍ତି। ଅର୍ଥାଗମର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟ ଲାଭଜନକ ହେବ। ପରୋପକାରୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ଯଶ ଅର୍ଜନ କରିବେ।

କନ୍ୟା: ଆୟ ବୃଦ୍ଧିର ସୂଚନା ମିଳୁଛି। ପୂର୍ବାପେକ୍ଷା ଅଧିକ ରୋଜଗାର କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମଉଜ ମଜଲିସ୍‍ରେ ଦିନଟି ଅତିବାହିତ ହେବ। ସମୃଦ୍ଧି ମାର୍ଗରେ ବଢ଼ିବେ।

ତୁଳା: ଧନକ୍ଷୟ ହେବାର ସୂଚନା ମିଳୁଛି। ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି। ଶତ୍ରୁ ଆପଣାଛାଏଁ ପଛଘୁଞ୍ଚା ଦେଇପାରେ। ଉପଯୁକ୍ତ କର୍ମ ସଂସ୍ଥାନ ମିଳିପାରେ। ବହୁ ଲୋକଙ୍କ ଦାନାପାଣିର ହର୍ତ୍ତାକର୍ତ୍ତା ହେବେ।

ବିଛା: ସ୍ୱାଧୀନ ଚେତ୍ତା ହୋଇ କାର୍ଯ୍ୟ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ସେବା ମନୋଭାବର ହୋଇପାରନ୍ତି। ବନ୍ଧୁ ସହାୟତା ପାଇ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।

ଧନୁ: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିବେ। ଆର୍ଥିକ ଉନ୍ନତି ଆଶା କରାଯାଏ। କର୍ମରେ ଢ଼େର ଉନ୍ନତି ଘଟିବ। ସୁଖ ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି।

ମକର: ସାମୟିକ ଭାବେ ଏକାନ୍ତରେ ଜୀବନ ଯାପନ କରିବାକୁ ପସନ୍ଦ କରିବେ। ଆପଣଙ୍କ ସହିତ କାହାର ଶତ୍ରୁତା ରହିବ ନାହିଁ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ପ୍ରଚୁର ଅର୍ଥ ମିଳିପାରେ।

କୁମ୍ଭ: ବିବାଦରେ ବିଜୟୀ ହେବେ। କୃଷିକର୍ମ ଉପରେ ଉଚିତ ଧ୍ୟାନ ଦେବେ। ବହୁ ପରିଶ୍ରମ କଲେ ବି ସ୍ୱଳ୍ପ ଲାଭ ମିଳିବ। ଅପ୍ରିୟ ସତ୍ୟ କହି କାହାର ବିଭାଗ ଭାଜନ ହୋଇପାରନ୍ତି। ଅନ୍ୟାୟ ବିରୋଧରେ ସଂଗ୍ରାମ ଚଳାଇ ପାରନ୍ତି।

ମୀନ: ସାଧନା ଫଳପ୍ରସୂ ହେବ। ସମାଜ ସେବା ପ୍ରତି ମନ ବଲାଇ ପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖଭୋଗ କରିପାରନ୍ତି। କାବ୍ୟ ଶାସ୍ତ୍ରାନୁରକ୍ତ ହେବାର ସୂଚନା ମିଳୁଛି।

Leave A Reply