ମଙ୍ଗଳବାର ରାଶିଫଳ

0

ମେଷ: ଅଶ୍ୱନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁ ସହିତ ମୁହାଁମୁହିଁ ମୁକାବିଲା କରି ତାକୁ ପରାସ୍ତ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ବୃଦ୍ଧି ପାଇବ। ଦ୍ୱିଜା ନକ୍ଷତ୍ର ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।

ବୃଷ: କୃର୍ତ୍ତିକା ଓ ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ସ୍ୱାଧୀନଚେତା ଭାବେ କାର୍ଯ୍ୟ କରି ସଫଳତା ଲାଭ କରିବେ। ସର୍ବାଙ୍ଗୀଣ ଉନ୍ନତି ଘଟିବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି କିଂ କର୍ତ୍ତବ୍ୟ ବିମୂଢ଼ ହେବେ।

ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଅନ୍ୟ ଦ୍ୱାରା ସହଜରେ କାର୍ଯ୍ୟ କରାଇ ନେବେ। ପରୋପକାରୀ ହେବେ। ଧର୍ମ-କର୍ମ ସଂପାଦନ କରିବେ । ଉନ୍ନତି ପଥରେ ଆଗେଇବେ। କର୍ମ ତତ୍ପର ହୋଇପାରନ୍ତି । ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରଙ୍କର ସାମାନ୍ୟ ଫଳ।

କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ନିଜ କାର୍ଯ୍ୟ ଆନନ୍ଦ ଦାୟକ ହେବ। ସୁଖ ସମ୍ମାନ ଲାଭ କରିପାରନ୍ତି। କର୍ମକ୍ଷେତ୍ର ଉତ୍ସାହ ବୋଧ ହେବ। ସର୍ବ ସୁଖ ମିଳିବ। ପାରିବାରିକ ଶ୍ରଦ୍ଧା, ସ୍ନେହ ରହିବ। ପୁନର୍ବସୁ ଓ ଅଶ୍ଳେଷ ନକ୍ଷତ୍ରଙ୍କ ସାମାନ୍ୟ ଶୁଭଫଳ।

ସିଂହ: ମଘା ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ସେବା ମନୋଭାବ ଗ୍ରହଣ କରିପାରନ୍ତି। ସୁଖ-ସମ୍ଭୋଗରେ ଦିନଟି ଅତିବାହିତ କରିପାରନ୍ତି। ଶତ୍ରୁକୁ ପରାଜିତ କରି ପ୍ରତିଷ୍ଠା ବୃଦ୍ଧି କରିବେ। ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ର ବ୍ୟକ୍ତି ନିରବ ରହିବେ।

କନ୍ୟା: ଉତ୍ତରା ଫାଲଗୁନୀ ଓ ହସ୍ତୀ ନକ୍ଷତ୍ର ଜାତ ବ୍ୟକ୍ତି ଭାଗୁଆଳ ବ୍ୟବସାୟରୁ ଲାଭ ପାଇବେ। ମାର୍ଜିତ ଭାଷା ବ୍ୟବହାର କରିବେ। ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଅଷ୍ଟମ ଚନ୍ଦ୍ର ଭୋଗ ଓ ନକ୍ଷତ୍ର ଅଶୁଦ୍ଧି ଯୋଗୁଁ ଅସୁସ୍ଥତା ଅନୁଭବ କରିପାରନ୍ତି।

ତୁଳା: ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ସୁଖ-ସନ୍ତୋଷ ଲାଭ କରିବେ। ମନ ପ୍ରସନ୍ନ ରହିବ। ଦେବାର୍ଚ୍ଚନା କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି। ବନ୍ଧୁ ସହଯୋଗ ପାଇ ଆନନ୍ଦ ଲାଭ କରିବେ। ଚିତ୍ର ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ଅଳ୍ପକେ ସନ୍ତୁଷ୍ଟ ହେବେ।

ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି କର୍ତ୍ତୃପକ୍ଷଙ୍କ ଠାରୁ ସ୍ନେହ ଶ୍ରଦ୍ଧା ଲାଭ କରିବେ। ପ୍ରୀତି ଲାଭ କରିପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହୋଇପାରନ୍ତି। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁର ଶରବ୍ୟ ହୋଇପାରନ୍ତି।

ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସୁଯୋଗ ହସ୍ତଗତ ହେବ। କୌଶଳରେ କାର୍ଯ୍ୟ ହାସଲ କରି ଆତ୍ମ ତୃପ୍ତି ଲାଭ କରିବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ।

ମକର: ଉତ୍ତରାଷାଢ଼ା ଓ ଶ୍ରାବଣା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ଆବଶ୍ୟକ ସହାୟତା ମିଳିବ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କୃଷିକର୍ମରୁ ଲାଭବାନ ହେବେ। ଉଦାର ସ୍ୱଭାବର ହେବେ। ଧନିଷ୍ଟା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କେତେକ କ୍ଷେତ୍ରରେ ମାନ-ମନାନ୍ତର ଘଟିବ।

କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ସୁଖ ସମ୍ମାନ ମିଳିବ। ଆଶା ଫଳବତୀ ହେବ। ବନ୍ଧୁ ମିଳନ ଘଟିପାରେ। ଧୀର ବୁଦ୍ଧି-ସ୍ଥିର ଚିତ୍ତରେ କାର୍ଯ୍ୟ ସଂପାଦନ କରିବେ। ନୀତିନିଷ୍ଠ ହେବେ। ପୂର୍ବଭାଦ୍ର ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ସ୍ୱଳ୍ପ ଶୁଭଫଳ ପାଇବେ।

ମୀନ: ଉତ୍ତର ଭାଦ୍ର ପୂର୍ବ ନକ୍ଷତ୍ର ଜାତବ୍ୟକ୍ତିଙ୍କର ସୌଭାଗ୍ୟ ଉଦୟ ହେବ। କାର୍ଯ୍ୟକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ପୂର୍ବ ଭାଦ୍ର ପଦ ଓ ରେବତୀ ନକ୍ଷତ୍ର ଜାତବ୍ୟକ୍ତି ଧୈର୍ଯ୍ୟ ଧରି ଅପେକ୍ଷାରତ ହେବେ।

Leave A Reply