ଶୁକ୍ରବାର ରାଶିଫଳ

0

ମେଷ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶାନ୍ତ ସରଳ ସ୍ୱଭାବ ପ୍ରଦର୍ଶନ କରି ପରକୁ ଆପଣାର କରିବେ। ଦୁଃଖ କଷ୍ଟ ସହି ମଧ୍ୟ ପ୍ରତିଯୋଗିତା ଓ ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

ବୃଷ: ସୁଖ ସମ୍ମାନ ଲାଭ କରିପାରନ୍ତି। ନିଜ ଅର୍ଜିତ ଧନ ଭୋଗ କରିବେ। ଶ୍ରେଷ୍ଠ ପଦାଧିକାରୀ ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇ କର୍ମ ଚଞ୍ଚଳ ରହିବେ। ଉପଯୁକ୍ତ ପରାମର୍ଶଦାତା ହେବା ସୂଚନା ମିଳୁଛି।

ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ଜନବଲ୍ଲଭର ମାନ୍ୟତା ପ୍ରାପ୍ତ ହେବେ। ଅପାର ଗୁଣର ଅଧିକାରୀ ହେବେ। ସୁଖ ମିଳିବ।

କର୍କଟ: ଅଜାଣତରେ ପ୍ରତାରିତ ହୋଇପାରନ୍ତି। ପଥରୋଧର ସମ୍ମୁଖୀନ ହେବେ। ଅଧିକ ବ୍ୟୟ ହୋଇପାରେ। ସଂଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

ସିଂହ: ଆଳସ୍ୟ ଅନୁଭବ କରିପାରନ୍ତି। ଆୟ ପରିମାଣ ବୃଦ୍ଧି ପାଇବ। ଏକ ପତ୍ନୀବ୍ରତ ଆଚରଣ କରି ସୁଖୀ ହେବେ। ସତ୍‍ମାର୍ଗକୁ ଅନୁସରଣ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ।

କନ୍ୟା: କ୍ଷତି ସହି ମଧ୍ୟ ଆଶ୍ୱସ୍ତ ହୋଇପାରନ୍ତି। ନିଧି, ଋଦ୍ଧିପ୍ରାପ୍ତ ହୋଇପାରନ୍ତି। କୃଷି କ୍ଷେତ୍ର କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେବେ। ରାଜପୂଜା ପାଇବା ସହିତ ରାଜଭୋଗ କରିପାରନ୍ତି। ନିଜର ମହିମା ପ୍ରକାଶ ସର୍ବଜନ ଆଦୃତ ହେବେ।

ତୁଳା: ସେବା ଧର୍ମକୁ ଆଦରି ନେଇ ପାରନ୍ତି। ବିଖ୍ୟାତ କୀର୍ତ୍ତି ସ୍ଥାପନ କରି ଆତ୍ମ ସନ୍ତୋଷ ଲାଭ କରିବେ। ସ୍ୱଭାବ ସୁଲଭ ଗୁଣର ପ୍ରସାର ଘଟାଇ ପାରନ୍ତି। ବହୁ ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଆନନ୍ଦଉତ୍ସବ ଲାଗି ରହିବ।

ବିଛା: ଭ୍ରମଣାଦିରେ ଶାନ୍ତିର ବାତାବରଣ ପ୍ରାପ୍ତ ହୋଇପାରନ୍ତି। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଭାଗ ବ୍ୟବସାୟ ଲାଭଜନକ ହୋଇପାରେ। ପୁଣ୍ୟବାନ ହେବେ। ପରଠାରୁ ଅପବାଦ ମିଳିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ଧନୁ: ଦୀର୍ଘ ଦିନର ଆକାଂକ୍ଷାର ଅବସାନ ଘଟାଇ ପୂର୍ଣ୍ଣପ୍ରାଣ ହେବେ। ପ୍ରାଣାଧିକା ଉତ୍ତମା ପତ୍ନୀଙ୍କ ସମୟୋପଯୋଗୀ ପରାମର୍ଶ ନେଇ କାର୍ଯ୍ୟ କରିବେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଦିନ ବିତାଇ ଖୁସି ହେବେ।

ମକର: ଭ୍ରାତୃ ବିବାଦରେ ଜଡ଼ିତ ନ ହୋଇ ସରଳ ଉପାୟରେ ସମସ୍ୟାର ସମାଧାନ କରିବାର ଚେଷ୍ଟା କରିବେ। ଶତ୍ରୁମାନଙ୍କୁ ପରାହତ କରି ବିଜୟବାନା ଉଡ଼ାଇ ପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁଖ ପ୍ରାପ୍ତ ହେବେ।

କୁମ୍ଭ: ନିଧି ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ ନିର୍ବାହରେ ଆତ୍ମ ସନ୍ତୋଷ ଲାଭ କରିବେ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। ସାହସୀ ହେବେ। ନିଜ ଜନଯୁକ୍ତ ହେବେ। କୁଶଳୀ ହେବାର ସୂଚନା ମିଳୁଛି। ବାଞ୍ଛିତ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରନ୍ତି।

ମୀନ: ପ୍ରମାଦ ଯେପରି ନ ପଡ଼େ, ସେଥିପାଇଁ ବିଚାର ବିମର୍ଶ କରି କାର୍ଯ୍ୟ ସମ୍ପାଦନ କରିବାକୁ ହେବ। ବହୁ ଉତ୍ତମ ମିତ୍ରଙ୍କ ସାହାଯ୍ୟ, ସହଯୋଗ ଲାଭ କରି ଭୁରି ସୁଖ ଅନୁଭବ କରିପାରନ୍ତି। କୁଳର ମୁଖ୍ୟ ହେବେ। ବିନୀତ ସ୍ୱଭାବର ହେବେ।

Leave A Reply