ରବିବାର ରାଶିଫଳ

0

ମେଷ: ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ପ୍ରଶଂସାର ପାତ୍ର ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।

ବୃଷ: ସମ୍ମାନିତ ହୋଇପାରନ୍ତି। ଚିନ୍ତାଗ୍ରସ୍ତ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ବିଦ୍ୟାପ୍ରେମୀ ଓ ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ମିଳିପାରେ।

ମିଥୁନ: ଆଶାବାଦୀ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ମନ ବଳାଇବେ। ରଣକ୍ଷେତ୍ରରେ ଅଥବା ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନଲାଭ ହେବ। ଉତ୍ତମ ଭୋଜନ ମିଳିବ।

କର୍କଟ: ବନ୍ଧୁବର୍ଗରୁ ସହାୟତା ପାଇ ପାରନ୍ତି। ଉଦାର ପ୍ରକୃତିର ହେବେ। ଚଞ୍ଚଳ ସ୍ୱଭାବର ହେବେ। ଖର୍ଚ୍ଚାନ୍ତ ହେବେ। ଏକାନ୍ତ ପ୍ରିୟ ହେବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ମଧୁର କଥା କହି ଅନ୍ୟକୁ ବଶ କରିବାରେ ସକ୍ଷମ ହେବେ।

ସିଂହ: ଜନସାଧାରଣଙ୍କ ଠାରୁ ଆଦର ସମ୍ମାନ ପାଇବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ସରକାରୀ ଅର୍ଥ ମିଳିପାରେ। କାର୍ଯ୍ୟରେ ସଫଳତା ମିଳିବ।

କନ୍ୟା: କାର୍ଯ୍ୟରେ ଉପୁଜି ଥିବା ଅସୁବିଧାକୁ ସୁବିଧାରେ ପରିଣତ କରିବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ରହିବ।

ତୁଳା: ଅବସ୍ଥା ଅନୁଧ୍ୟାନ କରି କାର୍ଯ୍ୟ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ।

ବିଛା: ପିଲାମାନଙ୍କ ସାହାଯ୍ୟ ମିଳିବ। ସେତେଟା ସୁଖ ମିଳିବା କଷ୍ଟକର ହୋଇପାରେ। ଈର୍ଷା ପରିତ୍ୟାଗ କଲେ ସଫଳତା ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶତ୍ରୁନାଶ କରି ଧନପ୍ରାପ୍ତ ହେବେ।

ଧନୁ: ଭୋଜନରେ ଅଶାନ୍ତି ଅନୁଭବ କରିପାରନ୍ତି। କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସନ୍ତୁଷ୍ଟ ହେବେ।

ମକର: ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବେ। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚକ୍ଷୁପୀଡ଼ା ଉପୁଜିପାରେ।

କୁମ୍ଭ: ପ୍ରଥମେ ଅନୁଧ୍ୟାନ କରିବା ପରେ କାର୍ଯ୍ୟରେ ହାତଦେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ସାମାନ୍ୟ ପରିମାଣର ଆସିବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।

ମୀନ: ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ ଚଳାଇବେ। ଯାନ ବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

Leave A Reply