ଶନିବାର ରାଶିଫଳ

0

ମେଷ: ଅଭାବ ଦୂରେଇ ଯିବ। ଉଚ୍ଚ ସମ୍ମାନ ଲାଭ କରି ପାରନ୍ତି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ। ସରକାରୀ ସ୍ତରରୁ ଲାଭ ମିଳିବ।

ବୃଷ: କାର୍ଯ୍ୟରେ ତ୍ରୁଟି ଦେଖାଦେଇ ପାରେ। ସହିଷ୍ଣୁ ଭାବ ପ୍ରଦର୍ଶନ କରିପାରନ୍ତି। କିଛି ଧନ ଲାଭର ସୂଚନା ମିଳୁଛି। ନୀତି ନିଷ୍ଠ ହେବେ। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ। ଚଞ୍ଚଳମନା ହେବେ। ସ୍ୱାସ୍ଥ୍ୟ ହାନି ଘଟିପାରେ।

ମିଥୁନ: ଆୟ ଆଶାନୁରୂପ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତା ଧାରା ଉନ୍ନତ ହେବ। ନୂଆ ବନ୍ଧୁ ଜୁଟିବେ।

କର୍କଟ: ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ ଅସୁବିଧା ଦୂର ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ ହେବ। ସ୍ୱାଭିମାନୀ ହୋଇପାରନ୍ତିି। ଚକ୍ଷୁରେ ପୀଡ଼ା ଦେଖା ଦେବ।

ସିଂହ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିୟୋଜିତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ।

କନ୍ୟା: ପୈତୃକ ସମ୍ପତ୍ତିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ଶୁଭଖବର ମିଳିପାରେ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରଣୀୟ। ବିଜୟୀ ହେବେ।

ତୁଳା: ଭ୍ରମଣ ଯୋଗ ରହିଛି। ସୁ ସମ୍ବାଦ ମିଳିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ। ଅଧିକ କ୍ଷମତା ପାଇବେ। ସରକାରୀ ଲାଭ ମିଳିବ।

ବିଛା: ମାନସିକ ଅଶାନ୍ତି ଦୂରେଇ ଯିବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ। ଶତ୍ରୁ ଦମନ କରିବାରେ ସକ୍ଷମ ହେବେ। ତେଜୀୟାନ ହେବେ। ବାହୁରେ ପୀଡ଼ା ଉପୁଜି ପାରେ। ସତ୍‍ପୁତ୍ର ଲାଭ କରିପାରନ୍ତି।

ଧନୁ: ପରାମର୍ଶ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ମିିଳିବ। ଆନନ୍ଦ ଉପଭୋଗ କରିବେ।

ମକର: ବନ୍ଧୁ ସହଯୋଗ ପାଇ ପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶତ୍ରୁ ପରାଜିତ ହେବ। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ଦିନଟି ପ୍ରଶସ୍ତ ଅଛି। ଋଣ ପରିଶୋଧ କରିପାରନ୍ତି।

କୁମ୍ଭ: ବିଚାର ବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବାକୁ ପଡ଼ିବ। ଅଧିକାଂଶ ସମୟ ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁମ୍ବାଦ ପାଇ ଖୁସି ହୋଇପାରନ୍ତି। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମୀନ: ଭଲ ମନ୍ଦ ମିଶ୍ରିତ ଫଳ ମିଳିପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। କୃଷିକ୍ଷେତ୍ରରୁ ଆୟ ଆସିପାରେ। ଦାନ ଧର୍ମରେ ଦୀକ୍ଷିତ ହେବେ। ଶାନ୍ତ, ନିପୁଣ, ଜିତେନ୍ଦ୍ରିୟ ଓ ମେଧାବୀ ହେବେ।

Leave A Reply