ମଙ୍ଗଳବାର ରାଶିଫଳ

ମେଷ: ପ୍ରେମ ଜନିତ କାର୍ଯ୍ୟରେ ଦିନ ବିତାଇ ପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ହୃଷ୍ଟମନା ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ କଟାଇପାରନ୍ତି। ଧର୍ମାତ୍ମା ପ୍ରବାସ ପ୍ରିୟ ଓ ବିଦ୍ବାନ ବ୍ୟକ୍ତି ଭାବେ ପରିଗଣିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବୃଷ: ଗୃହରେ ପ୍ରିୟ ଲୋକଙ୍କ ସମାଗମ ହେବ। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ମିଥୁନ: ପଡ଼ୋଶୀଙ୍କ ପାଇଁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ମନରେ ଅହଂଭାବ ସୃଷ୍ଟି ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।

କର୍କଟ: ଆତ୍ମୀୟ ଲୋକ ବିରୁଦ୍ଧାଚରଣ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ-ମମତା ରହିବ। ଚାକିରି କ୍ଷେତ୍ରରେ ଅଧିକାରୀଙ୍କ ଦ୍ବାରା ଲାଭ ପ୍ରାପ୍ତ ହେବେ।

ସିଂହ: ବିଶେଷ ଆୟ କରିବାର ସୂତ୍ର ମିଳିପାରେ। ଚଞ୍ଚଳ ପ୍ରକୃତିର ହେବେ। ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆସ୍ଥା ରଖି ପାରନ୍ତି। ଧାର୍ମିକ ଓ ତେଜସ୍ବୀ ହେବେ।

କନ୍ୟା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖୁସି ରହିପାରନ୍ତି। ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ। ଉଦାର ସ୍ବଭାବର ହେବେ। ଦାନ-ଧର୍ମକୁ ମହତ୍ କାର୍ଯ୍ୟ ବୋଲି ଆଦରି ନେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ତୁଳା: ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ପରିଶ୍ରମ ଫଳପ୍ରସୂ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ପୀଡିତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ସମ୍ମାନ ମିଳିବ।

ବିଛା: କର୍ମକ୍ଷେତ୍ରରେ ସହାୟତା ମିଳିବ। ଆଶାବନ୍ଦୀ ହୋଇପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ପାଇଁ ସବୁ କ୍ଷେତ୍ରରେ ଆଦରଣୀୟ ହେବେ। ଯେ କୌଣସି ସୂତ୍ରରୁ ଧନାଗମ ହେବ। ପରଦେଶବାସୀ ମଧୁରଭାଷୀ ସହନଶୀଳ ଓ ଶାନ୍ତିପ୍ରିୟ ହେବେ।

ଧନୁ: ଚାକିରିରେ ଅଯଥା ଚିନ୍ତା କରିବାର କାରଣ ନାହିଁ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଅଧିକ ହେବ। ପ୍ରୀତି ଭୋଜନ ମିଳିବ। ବଳଶାଳୀ ହୋଇପାରିବ। ଐଶ୍ବର୍ଯ୍ୟଯୁକ୍ତ ହେବେ। ସୈନିକ ମାନେ ରଣାଙ୍ଗନରେ କରିତ୍‌କର୍ମା ହେବେ। ମୋକଦ୍ଦମାରେ ଜିଣିବେ। ଧନଲାଭ ହେବ।

ମକର: ବିଶ୍ବାସ ଘାତକମାନଙ୍କଠାରୁ ଦୂରେଇ ରହନ୍ତୁ। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ମଧୁର ସମ୍ଭାଷଣରେ ଶ୍ରୋତାଙ୍କ ମନ କିଣି ପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରଖି ଆଶାବାଦୀ ହେବେ।

କୁମ୍ଭ: ପରିଶ୍ରମ ଫଳଦାୟକ ହେବ। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବିଭାଗୀୟ ଓ ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭ ହେବ।

ମୀନ: ହଜିଥିବା ଦ୍ରବ୍ୟ ପୁଣି ହାତକୁ ଆସିବ। କୁଳ ମର୍ଯ୍ୟାଦା ରକ୍ଷା କରି ପ୍ରଶଂସାର ପାତ୍ର ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ।

Comments are closed.