ସୋମବାର ରାଶିଫଳ

ମେଷ: ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟ ମୁଖ, ଯୁବତୀ ପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶାରୀରିକ ପୀଡ଼ା ଅନୁଭବ କରିବେ। ମୁଣ୍ଡରେ ଆଘାତ ଲାଗି ପାରେ।

ବୃଷ: ଆମୋଦ-ପ୍ରମୋଦରେ ଦିନଟି ବିତାଇ ପାରନ୍ତି। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଦୀର୍ଘ ଦିନର ଆଶା ପୂରଣ ହେବ। ପରିଶ୍ରମର ମୂଲ୍ୟ ମିଳିବ। ଶାସ୍ତ୍ରଜ୍ଞ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ରାଜପୂଜା ମିଳିବା ଆଶାକରାଯାଏ।

ମିଥୁନ: ଆୟ ବୃଦ୍ଧିର ସୂଚନା ମିଳୁଛି। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦେବଦର୍ଶନର ସୌଭାଗ୍ୟ ଅଛି। ପାରିବାରିକ ସୁଖ ଅବ୍ୟାହତ ରହିବ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ଯଶସ୍ବୀ ହେ​‌େ​‌ବ।

କର୍କଟ: କୃତ କର୍ମର ଫଳ ଭୋଗ କରିପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦିନଟି ସମସ୍ୟା ବହୁଳ ହୋଇପାରେ। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବିତ ହେବ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ସର୍ବଜନ ପ୍ରିୟ ପାତ୍ର ହେବେ।

ସିଂହ: ଆବଶ୍ୟକତା ପୂରଣ ହେବ। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ। ବିଖ୍ୟାତ କାର୍ଯ୍ୟ କରି ଜନପ୍ରିୟତା ହାସଲ କରିପାରନ୍ତି। ସତ୍‌ପଥଗାମୀ ହେବେ। ଉପକାରୀଙ୍କ ପାଖରେ କୃତଜ୍ଞତା ଜଣାଇବେ।

କନ୍ୟା: ଦ୍ବନ୍ଦ୍ବରେ ପଡ଼ି କାର୍ଯ୍ୟ କରିପାରନ୍ତି। ଉଚ୍ଚଆଶା ଫଳବତୀ ହେବ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ। ଶ୍ରେଷ୍ଠ ସମ୍ମାନ ମିଳିପାରେ। ନିଃଶଙ୍କ ହୋଇପାରନ୍ତି। ପ୍ରସନ୍ନ ମୂର୍ତ୍ତି ଓ ସ୍ତ୍ରୀ ପୁତ୍ରଙ୍କ ହେତୁକ ଚିନ୍ତିତ ହୋଇପାରନ୍ତି।

ତୁଳା: ସହକର୍ମୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଳସ୍ୟ ପରାୟଣ ହୋଇପାରନ୍ତି। ବୃହତ୍‌ ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି। ତେଜୀୟାନ ଓ ଶକ୍ତିଶାଳୀ ହେବେ। ଧର୍ମରତ ହେବେ। ପ୍ରଭୂତ ପୁତ୍ର ଓ ଜନ ବଲ୍ଲଭ ହେବା ଆଶାକରାଯାଏ।

ବିଛା: ଜଟିଳ ପରିସ୍ଥିତିକୁ ଆୟତ୍ତାଧୀନ କରିବାରେ ସଫଳ ହେବେ। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ଦେବଦର୍ଶନର ସୁଯୋଗ ଅଛି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ରୋଜଗାର ଆଶାନୁରୂପ ହୋଇପାରେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ନୂଆବନ୍ଧୁ ଜୁଟିବେ।

ଧନୁ: କୌଣସି ଦ୍ରବ୍ୟ ଅପହୃତ ହୋଇପାରେ। ଏକ ପକ୍ଷରେ ଅର୍ଥ ସମ୍ପଦ ଲାଭ ହେଉଥିବା ବେଳେ ଅନ୍ୟପକ୍ଷରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଭାଗ୍ୟବାନ ହୋଇପାରନ୍ତି। ମଧୁରଭାଷୀ ହେବେ। ଦାତା, ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହୋଇପାରନ୍ତି।

ମକର: କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ର ଉତ୍ସାହ ଜନକ ହେବ। ହର୍ଷ-ଉଲ୍ଲାସରେ ଦିନଟି ଅତିବାହିତ କରିପାରନ୍ତି। ମାନ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଧନ-ବୃଦ୍ଧି ଲାଭ ହେବ। ଶତ୍ରୁ ବିଜୟୀ ହେବେ।

କୁମ୍ଭ: ଆୟ କ୍ରମେ ବୃଦ୍ଧି ଘଟିବ। ପରିଶ୍ରମ ସାର୍ଥକ ହେବ। ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। ସତ୍‌ସଙ୍ଗୀ ହେବେ। ପରାକ୍ରମଶାଳୀ ହୋଇପାରନ୍ତି। ଶୁଭ ଯାନବାହନଯୁକ୍ତ ହେବେ। ସୁନ୍ଦର ବସ୍ତ୍ର ଲାଭ ହୋଇପାରେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି।

ମୀନ: ନୂତନ କାର୍ଯ୍ୟ ପାଇ ଆନନ୍ଦିତ ହୋଇପାରନ୍ତି। ଲୋକ ସଂପର୍କ ବୃଦ୍ଧି ପାଇବ। ପରଧନରେ ଧନୀ ହୋଇପାରନ୍ତି। ଯୁବତୀ ମନୋରଞ୍ଜନକାରୀ ହେବେ। ରଜତ ଧନ ଦ୍ବାରା ଧନଶାଳୀ ହେବେ। ସରଳ ଓ ବାଚାଳ ହେବେ। ଜିତେନ୍ଦ୍ରିୟ ହେବେ। ପ୍ରବଳ ପରାକ୍ରମୀ ହେବେ।

Comments are closed.