ଶନିବାର ରାଶିଫଳ

0

ମେଷ: କର୍ମକ୍ଷତ୍ରରେ ନୀତିନିଷ୍ଠ ହେଲେ ଇଚ୍ଛା ଅନୁସାରେ ଫଳପ୍ରାପ୍ତ ହେବେ। ଶୁଭ ସମ୍ବାଦ ପାଇ ଖୁସି ହେବେ। ଶ୍ରତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ।

ବୃଷ: ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଅଶାନ୍ତି ସୃଷ୍ଟି ହୋଇପାରେ। ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁ-ସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନଟି ମଧ୍ୟମ ଧରଣର।

ମିଥୁନ: ନିଜକୁ କଳହ ମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି; ପରିଶ୍ରମର ମୂଲ୍ୟାଙ୍କନ ହେବ।

କର୍କଟ: ପରକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡ଼ିପାରନ୍ତି। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ରହିଛି। ସରକାରୀ ସ୍ତରରୁ ଲାଭବାନ୍‍ ହେବେ।

ସିଂହ: ସ୍ଥାନାନ୍ତର ହୋଇପାରନ୍ତି। ପରିଶ୍ରମ ଅତ୍ୟଧିକ ହେବ; ମାତ୍ର ତା’ର ମୂଲ୍ୟ ମିଳିବ। ବିଷାଦିତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ। ଯାନବାହନ ସୁଖ ମିଳିବ। ନୀତିଜ୍ଞ ହେବେ।

କନ୍ୟା: ଦକ୍ଷତାର ଉପଯୋଗ କରିବେ। ଚିନ୍ତା ଦୂର ହେବ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା: ବନ୍ଧୁତାର ଉପଯୋଗ କରିପାରନ୍ତି। ଆତ୍ମସନ୍ତୋଷ ଲାଭ କରିବେ। ବିବାଦୀୟ ପରିସ୍ଥିତି ଉପୁଜି ପାରେ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ସବୁଠାରୁ ଭଲ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଦୁଃଶ୍ଚିନ୍ତା ଦୂର ହେବ।

ବିଛା: କାର୍ଯ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିବେ। କେହି ପ୍ରତାରିତ କରିବାକୁ ଉଦ୍ୟମ ଚଳାଇ ପାରନ୍ତି; ମାତ୍ର ସେଥିପ୍ରତି ପ୍ରଭାବିତ ହେବେ ନାହିଁ। ସୁ-ସମ୍ବାଦ ମିଳିବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ମିଳିବ।

ଧନୁ: ଶତ୍ରୁ ସହିତ ମିଳାମିଶା ହୋଇପାରେ। ଆୟ ଉତ୍ତମ ଧରଣର ହେବ। ଶୁଭଖବର ମିଳିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

ମକର: ସୁଖ-ସମ୍ମାନ ଲାଭ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶାଂସାର ପାତ୍ର ହେବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ଉପଯୋଗ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବା ଆଶାକରାଯାଏ। ଭକ୍ତିଗାଥା ଶୁଣିବେ।

କୁମ୍ଭ: ଆପଣଙ୍କ ଅନୁସଂଧାନରେ କୃତକାର୍ଯ୍ୟ ହେବେ। ଭ୍ରମଣ ଯୋଗ ଅଛି। ଅନଟନର ସମ୍ମୁଖୀନ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଆବଶ୍ୟକ। ବିନା ଆଶ୍ରୟରେ ଉଚ୍ଚସ୍ଥାନ ଆରୋହଣ ମନା।

ମୀନ: ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ସୁଖକର ଘଟଣା ମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁଖାଦ୍ୟ ଖାଇ ଆନନ୍ଦ ଅନୁଭବ କରିପାରନ୍ତି।

Leave A Reply