ସୋମବାର ରାଶିଫଳ

0

ମେଷ: ଷଡ଼ଯନ୍ତ୍ରରୁ ନିବୃର୍ତ୍ତି ଯାଇପାରନ୍ତି। କର୍ତ୍ତବ୍ୟନିଷ୍ଠ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ମିତ୍ରତା ବୃଦ୍ଧି ହୋଇପାରେ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ଧନ ମିଳିବ।
ବୃଷ: ଧର୍ମ-କର୍ମ ସଂପାଦନ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭ କର୍ମରେ ଉତ୍ସାହ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ଦିନଟି ବିଳାସ-ବ୍ୟସନରେ କଟାଇ ପାରନ୍ତି।
ମିଥୁନ: ମନରୁ ସରସତା ବିଲୀନ ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ହୋଇ ଭୋଗ-ବିଳାସରେ ବାଧା ଉପୁଜାଇ ପାରନ୍ତି। କତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ମନ ଦୁର୍ଦ୍ଭାବନାମୟ ହେବ।
କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି।
ସିଂହ: ଯାତ୍ରାବେଳେ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ବଳଶାଳୀ ହୋଇପାରନ୍ତି। ଶତ୍ରୁନାଶ କରି ବିଜୟ ବାନା ଉଡ଼ାଇବେ। କର୍ତ୍ତବ୍ୟ ପରାୟଣ ବ୍ୟକ୍ତିଭାବେ ଆଦରର ପାତ୍ର ହେବେ।
କନ୍ୟା: ପାରିବାରିକ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତଥାପି ସୁଖ, ଶାନ୍ତିରେ ଦିନଟି ବିତାଇପାରନ୍ତି। ହଠାତ୍‍ କିଛି ଅର୍ଥ ମିଳିପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖ ଭୋଗ ଅଛି।
ତୁଳା: ଲାଗି ରହିଥିବା ବିବାଦର ସମାଧାନ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ; ମାତ୍ର ବିଳମ୍ବରେ ଚିନ୍ତା ବୃଦ୍ଧି ହୋଇପାରେ। କୃଷିକ୍ଷେତ୍ରରେ ଲାଭ ମିଳିବ। ଯାନ ବାହନ ସୁଖ ମିଳିପାରେ। ସୁଖଭୋଗ କରିପାରନ୍ତି। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ।
ବିଛା: ନୂତନ ନିଯୁକ୍ତି ପାଇବାର ସୂଚନା ମିଳୁଛି। ଦିନଟି ଆପଣଙ୍କ ପାଇଁ ଆନନ୍ଦ ଦାୟକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରୀତିଲାଭ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିବାଦରେ ବିଜୟୀ ହେବେ।
ଧନୁ: ଯାତ୍ରା ଆନନ୍ଦଦାୟକ ହେବ। କାର୍ଯ୍ୟ ପ୍ରାପ୍ତି ପାଇଁ ଆଶାବାଦୀ ହୋଇପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ଚିନ୍ତାଧାରା ଉନ୍ନତମାନର ହେବ। କାର୍ଯ୍ୟ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବେ। ଯଶସ୍ୱୀ ହେବେ।
ମକର: ଅସ୍ଥିରତା ମଧ୍ୟରେ ବି କାର୍ଯ୍ୟ ସୁଚାରୂପେ ନିର୍ବାହ କରିବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ସୁସ୍ଥ ଓ ନିରାମୟ ରହିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ନୂଆ ବନ୍ଧୁ ଜୁଟିବେ।
କୁମ୍ଭ: ପାରିବାରିକ ଗଣ୍ଡଗୋଳ ସୁ-ସମାଧାନ ଆଡ଼କୁ ଗତି କରିବ। କେହି ପଥରୋଧ କରିବାକୁ ଉଦ୍ୟମ ଚଳାଇ ପାରନ୍ତି; ମାତ୍ର ଶେଷରେ ବିଫଳ ମନୋରଥ ହେବେ। ଅଯଥାରେ ବ୍ୟୟ ହୋଇପାରେ। ମଧୁର ସମ୍ଭାଷଣରେ କାର୍ଯ୍ୟ ହାସଲ କରିବେ।
ମୀନ: ବାଞ୍ଛିତ କାର୍ଯ୍ୟ କରିପାରନ୍ତି ା ଆୟ ପରିମାଣ ବୃଦ୍ଧି ହେବାର ସୂଚନା ମିଳୁଛି।ା ଯେକୌଣସି ସୂତ୍ରରୁ ଅର୍ଥ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟ ଲାଭଜନକ ହେବ। ରାଜକୀୟ ସ୍ୱୀକୃତି ମିଳିପାରେ।

Leave A Reply