ଗୁରୁବାର ରାଶିଫଳ

0

ମେଷ: ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହେବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ୱଭାବର ହେବେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଖୁବ୍‍ ସତର୍କରେ ଚଳିବାକୁ ପଡ଼ିବ।

ବୃଷ: ପ୍ରୀତି ଲାଭ କରିପାରନ୍ତି। ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସେବା ମନୋବୃତ୍ତି ଗ୍ରହଣ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ।

ମିଥୁନ: ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ଆତ୍ମ ବଡ଼ିମା ଦେଖାଇ ପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି।

କର୍କଟ: ମନସ୍କାମନାପୂର୍ଣ୍ଣ ହେବ। ମନରେ ଉଦ୍‍ବେଗ ଜାତ ହୋଇପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।

ସିଂହ: ସୁଯୋଗର ଯଥାର୍ଥ ଉପଯୋଗ କରିପାରନ୍ତି। ଚେଷ୍ଟା କଲେ ନିଜକୁ କଳହମୁକ୍ତ ରଖି ପାରିବେ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷିକ୍ଷେତ୍ରରୁ ଲାଭବାନ୍‍ ହେବେ।

କନ୍ୟା: ହଜିଯାଇଥିବା ଦ୍ରବ୍ୟ ଖୋଜିଲେ ଫେରି ପାଇବେ। ଉଚ୍ଚ ସମ୍ମାନ ଲାଭ କରିବେ। ମନ ପ୍ରସନ୍ନ ରହିବ। ଧାର୍ମିକ ହେବେ। ମଧୁରଭାଷୀ ହେବେ। ପ୍ରେମୀ ଓ ସାହସୀ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ତୁଳା: ମନ ଚଞ୍ଚଳ ରହିବ। ପରମ ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ପତ୍ନୀଙ୍କ ଉପରେ ଅଗାଧ ସ୍ନେହ, ଶ୍ରଦ୍ଧା ରହିବ।

ବିଛା: ଗୃହକର୍ମରେ ସୁଖ ଅନୁଭବ କରିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ରୋଜଗାର ଆଶାନୁରୂପ ହେବ। ବନ୍ଧୁ ସହାୟତା ମିଳିବ। ମାଲିମୋକଦ୍ଦମାରେ ବିଜୟୀ ହୋଇ ଅର୍ଥ ପାଇବେ। ନୂଆ ବନ୍ଧୁ ଜୁଟିବେ।

ଧନୁ: କାର୍ଯ୍ୟ ଧିମେଇ ଯାଇପାରେ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଏକାନ୍ତ ପ୍ରିୟ ଓ ମଧୁର ଭାଷୀ ହେବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଦୁଃସାହସ ପ୍ରଦର୍ଶନ କରିବେ।

ମକର: ଚିନ୍ତା ମୁକ୍ତ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଲୋକ ସଂପର୍କ ବୃଦ୍ଧି ପାଇବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ସରକାରଙ୍କ କୃପା ପାତ୍ର ହୋଇପାରନ୍ତି।

କୁମ୍ଭ: କର୍ମ ତତ୍ପରତା ପ୍ରକାଶ ପାଇବ। କୁଳ ଦୀପକ ହେବେ। ମନରେ ପ୍ରସନ୍ନ ଭାବ ଦେଖା ଦେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଯଶ ଅର୍ଜନ କରିବେ। ସୁଖୀ ହେବେ।

ମୀନ: ଆଗଭର ହୋଇ ଚାଲନ୍ତୁ, ମାର୍ଗ ଉନ୍ମୁକ୍ତ ରହିଛି। ଭାଗ୍ୟର ପରିବର୍ତ୍ତନ ଘଟିବ। ଭୋଗ ବିଳାସରେ ଦିନଟି ଅତିବାହିତ ହେବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବାଦରେ ବିଜୟୀ ହେବେ।

Leave A Reply