ରବିବାର ରାଶିଫଳ

0

ମେଷ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ଗୃହରେ ପାରିବାରିକ ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବେ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ଜନ ସାଧାରଣଙ୍କର ପ୍ରିୟ ପାତ୍ର ହେବେ। ବିଚକ୍ଷଣ ହେବେ।
ବୃଷ: ପରିବାରରୁ ଦୁଃଖ ମିଳିପାରେ। ଅନାଦର ହୋଇପାରନ୍ତି। ଧର୍ମ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଅପରାହ୍ଣରୁ ପାରିବାରିକ ଶାନ୍ତିର ଅଭ୍ୟୁଦୟ ହେବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁ-ଭୋଜନ ମିଳିବ। କାର୍ଯ୍ୟରେ ସଫଳ ହେବେ।
ମିଥୁନ: ବୈଦିକ ଶକ୍ତି ସାହାଯ୍ୟ ମିଳିବ। ସ୍ବାଧୀନ ଭାବେ କିଛି କାର୍ଯ୍ୟ କରିବା କଷ୍ଟପ୍ରଦ ହୋଇପାରେ। ବିବାଦୀୟ ପରିସ୍ଥିତି ଉପୁଜି ପାରେ। ସତ୍‌ପଥଗାମୀ ହେବେ। ବହୁ ମିତ୍ର ସାହାଯ୍ୟ, ସହାନୁଭୂତି ମିଳିବ। ଜ୍ଞାନୀ ହେବେ।
କର୍କଟ: ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ବ୍ୟାକୁଳିତ ହୋଇପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ବିଭିନ୍ନ ସ୍ତରରେ ପ୍ରଶଂସାର ପାତ୍ର ହେବେ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ।
ସିଂହ: ଜୁଲମ୍‌ରେ ପଡ଼ିପାରନ୍ତି। ମନୋବଳ ଦୃଢ଼ ରଖି କାର୍ଯ୍ୟ ସଂପାଦନ କରିବେ। ପାରିବାରିକ ସୁଖ ମିଳିବ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ଦିନଟି ଦୁଃଖ-ସୁଖରେ ଅତିବାହିତ ହେବ।
କନ୍ୟା: ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ବିଳାସ-ବ୍ୟସନ କରିପାରନ୍ତି। ପ୍ରଭୂତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି। ଯଶ ଅର୍ଜନ କରିପାରନ୍ତି। ନିର୍ଭୀକ ଭାବେ କାର୍ଯ୍ୟ କରି ଜନବଲ୍ଲଭ ହେବେ।
ତୁଳା: ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ରୋଜଗାର ଅଧିକତର ହୋଇପାରେ। ବିଳାସ-ବ୍ୟସନ କରି ସୁଖୀ ହୋଇପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ସୁଖ ମିଳିବ।
ବିଛା: ଆଳସ୍ୟ ଅନୁଭବ କରିପାରନ୍ତି। ଆର୍ଥିକ ସ୍ତରରେ ଢ଼େର ଉନ୍ନତି ଘଟିବ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟ ଲାଭଜନକ ହେବ। ଦୁଶ୍ଚିନ୍ତା ଦୂର ହେବ। ମନ ଆନନ୍ଦ ଲହଡିରେ ଢ଼େର ଭାଙ୍ଗି ପାରେ।
ଧନୁ: ସତ୍‌କର୍ମ କରି ପ୍ରଶଂସିତ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ମନ ପ୍ରସନ୍ନ ରହିବ। କାର୍ଯ୍ୟ କ୍ଷେତ୍ରରେ ଚଳାଇଥିବା ସାଧନରେ ସିଦ୍ଧି ଲାଭ କରିବେ। ସୌନ୍ଦର୍ଯ୍ୟ ଉପଭୋଗ କରିବେ।
ମକର: ହଠାତ୍ କିଛି ଅର୍ଥ ଲାଭ ହେବାର ସମ୍ଭାବନା ଅଛି। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ। ପାରିବାରିକ ସୁଖ ମିଳପାରେ। ଗୁରୁକୃପା ଲାଭ କରିବା ସୂଚନା ମିଳୁଛି। ପରିସ୍ଥିତି ଅନୁକୂଳ ଅଛି। ସମ୍ମାନିତ ହେବେ।
କୁମ୍ଭ: ବନ୍ଧୁ ସହଯୋଗ ମିଳିବାର ସୂଚିତ ହେଉଛି। ସଦ୍‌ଭାବନାପୂର୍ଣ୍ଣ ଆଲୋଚନାରେ ଫଳପ୍ରଦ ହେବ। ବହୁଶାସ୍ତ୍ର ଅଧ୍ୟୟନ କରି ତାର ନିଷ୍କର୍ଷ ପ୍ରତିପାଦନ କରିପାରନ୍ତି। ନୀତିନିଷ୍ଠ ହୋଇପାରନ୍ତି। ମୂଲ୍ୟବାନ ଧାତୁ ଦ୍ରବ୍ୟ ମିଳିବ।
ମୀନ: ଲାଗି ରହିଥିବା ବିବାଦର ସମାଧାନ ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଶତ୍ରୁ ନାଶକରି ଆଶ୍ବସ୍ତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତି ଓ ତେଜ ବୃଦ୍ଧି ହେବ।

Leave A Reply