ଗୁରୁବାର ରାଶିଫଳ

0

 

ମେଷ: କର୍ମ ଫଳ ଭୋଗ କରିପାରନ୍ତି। ଥକି ପଡ଼ି ଥିବାରୁ ବିଶ୍ରାମ ଗ୍ରହଣ କରିବାକୁ ଇଚ୍ଛୁକ ହେବେ। ବୁଦ୍ଧିମାନର ପରିଚୟ ଦେବେ। ଯାନବାହନ ସୁଖ ମିଳିବ। ଧନ ସହିତ ଶ୍ରେଷ୍ଠ ମାନ୍ୟତା ପୁତ୍ର ସୁଖ ମିଳିପାରେ।

ବୃଷ: ମାନସିକ ସ୍ତରରେ ପ୍ରଫୁଲ୍ଲତା ବୃଦ୍ଧି ହେବ। ଭୋଜନରେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ। ଆନନ୍ଦ ଉପଭୋଗ କରିବେ।

ମିଥୁନ: ନୂତନ ଗବେଷଣା ପ୍ରତି ଆଗ୍ରହୀ ହେବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିପାରନ୍ତି।

କର୍କଟ: ପରିଶ୍ରମ ଅଧିକ ହୋଇପାରେ। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶୁଭ ଖବର ପାଇ ଖୁସି ହେବେ। ଅଧ୍ୟୟନରତ ହେବାର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନଟି ମଧ୍ୟମ ଧରଣର।

ସିଂହ: ଶୁଭେଚ୍ଛୁମାନଙ୍କଠାରୁ ସମବେଦନା ଗ୍ରହଣ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ବହୁଭାଷୀ ହେବା ଆଶା କରାଯାଏ।

କନ୍ୟା: ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିବେ। ନେତୃତ୍ୱ ଲାଭ କରିବେ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେଇପାରେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ ମିଳିବ। ସରକାରୀ ସ୍ତରରୁ ଲାଭ ମିଳିବ।

ତୁଳା: ଏପରି କାର୍ଯ୍ୟ କରନ୍ତୁ ଯେଉଁଥିରେ କି ଅପବାଦର ସତ୍ତା ନ ରହିବ। ମନ ବିଷାଦିତ ହୋଇପାରେ। ସୁଖୀ ସ୍ୱଭାବର ହୋଇପାରନ୍ତି। ଶ୍ରେଷ୍ଠତା ଲାଭ କରିବେ। ଯଶସ୍ୱୀ ହୋଇପାରନ୍ତି। ଜ୍ଞାନ-ଗରିମା ଲୋକାଦୃତ ହେବେ।

ବିଛା: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନେଇ ଚୁପ୍‍ ରୁହନ୍ତୁ। ଯାତ୍ରା ସ୍ଥଗତି ରହିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ମଧୁର ବଚନରେ ଅନ୍ୟମାନଙ୍କର ମନ କିଣି ପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।

ମକର: ନୂତନ ଆୟ ପନ୍ଥା ମିଳିପାରେ। କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତ ହେବ।

କୁମ୍ଭ: ଗୁରୁଜନଙ୍କ ପାଇଁ କଷ୍ଟ ସ୍ୱୀକାର କରିପାରନ୍ତି। ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିଜୟୀ ହେବେ।

ମୀନ: ବିଦ୍ୟାର୍ଥୀ ଓ ମହିଳା ଯତ୍ନଶୀଳ ହେବେ। କର୍ମକ୍ଷେତ୍ରରେ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ସଫଳତା ନିଶ୍ଚିତ ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

Leave A Reply