ବିରଳ ଘଟଣା, ୩ଟି ସୁସ୍ଥ ପୁତ୍ର ସନ୍ତାନ ପ୍ରସବ କଲେ ମହିଳା

0

ଫୁଲବାଣୀ:  ସ୍ଥାନୀୟ ଜିଲା ମୂଖ୍ୟ ଚିକିତ୍ସାଳୟରେ ଚକାପାଦର ପ୍ରଭାକର ନାୟକଙ୍କ ପତ୍ନୀ ସୁଭଦ୍ରା ଦିଗାଲ ଆଜି ତିନୋଟି ପୁତ୍ର ସନ୍ତାନକୁ ପ୍ରସବ କରିଛନ୍ତି। ଗୋଟିଏ ଗର୍ଭରେ ତିନୋଟି ସୁସ୍ଥ ଓ ସଠିତ ଓଜନର ତିନୋଟି ପୁତ୍ର ସନ୍ତାନ ପ୍ରସବ କରିବା ଚିକିତ୍ସା ବିଜ୍ଞାନରେ ଏକ ବିରଳ ଘଟଣା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସୁଭଦ୍ରାଙ୍କୁ ଦଶ ତାରିଖ ଦିନ ପ୍ରଥମେ ବ୍ରାହ୍ମଣପାଦ ମେଡିକାଲ ଏବଂ ପରେ ଜିଲା ମୂଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିଲା। ଆଜି ସମସ୍ତ ପରୀକ୍ଷା କରାଯିବା ପରେ ଯଦିଓ ଅଲଟ୍ରାସାଉଣ୍ଡରୁ ଯାଆଁଳା ସନ୍ତାନ ପରି ଜଣାପଡିଥିଲା କିନ୍ତୁ ପରେ ଅସ୍ତ୍ରୋପଚାର ମାଧ୍ୟମରେ ତିନୋଟି ସୁସ୍ଥ ସନ୍ତାନ ଜନ୍ମ ହେଲେ  ବୋଲି ଡାକ୍ତର ଶ୍ରୀକାନ୍ତ ସାହୁ କହିଛନ୍ତି । ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ଏଏସଏନ୍ ରାଓଙ୍କ ନେତୃତ୍ୱରେ ଡା. ସାହୁ ଏବଂ ନିଶ୍ଚେତକ ବିଶେଷଜ୍ଞ ଡା. ଏସକେ ବେହେରାଙ୍କ ସମେତ ଅନ୍ୟ ପାରା ମେଡିକାଲ ଷ୍ଟାଫଙ୍କ ଉପସ୍ଥିତିରେ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ସନ୍ତାନ ୪.୪୭ମିନିଟରେ ଜନ୍ମ ହୋଇଥିବା ବେଳେ ଘ୪.୪୮ ମିନିଟରେ ତୃତୀୟ ସନ୍ତାନ ଜନ୍ମ ହୋଇଥିଲା। ପ୍ରଥମ ସନ୍ତାନର ଓଜନ ୨.୮ କିଲୋଗ୍ରାମ ଥିବା ବେଳେ ଦ୍ୱିତୀୟର ଓଜନ ୨.୫ କିମୋଗ୍ରାମ ଏବଂ ତୃତୀୟ ସନ୍ତାନର ଓଜନ ୩.୩ କିଲୋଗ୍ରାମ ରହିଥିବା ସୂଚନା ଦେଇଛନ୍ତି ଡାକ୍ତର। ତିନୋଟି ସନ୍ତାନ ଗୋଟିଏ ଗର୍ଭରେ ସୁସ୍ଥତାର ସହିତ ସଠିକ୍ ଓଜନରେ ଜନ୍ମ ହେବା ଘଟଣା ଚିକିତ୍ସା ଇତିହାସରେ ଅତ୍ୟନ୍ତ ବିରଳ ବୋଲି ଡାକ୍ତର ମତ ଦେଇଛନ୍ତି।

Leave A Reply