ବ୍ରହ୍ମକୁମାରୀ ଆଶ୍ରମରେ ଯୁବତୀଙ୍କୁ ବଳାତ୍କାର, ସଂଚାଳକ ଗିରଫ

ଆଗ୍ରା : ଉତ୍ତରପ୍ରଦେଶ ଆଗ୍ରାର ସିକନ୍ଦରା ଥାନା ଅନ୍ତର୍ଗତ ଏକ ବ୍ରହ୍ମକୁମାରୀ ଆଶ୍ରମରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ୍‍ ଆଶ୍ରମ ସଂଚାଳକଙ୍କୁ ଗିରଫ କରିଛି।
ସିକନ୍ଦରା ଥାନା ଅଧୀନ ରୁନକତା ଅଞ୍ଚଳର ଏହି ବ୍ରହ୍ମକୁମାରୀ ଆଶ୍ରମ ଅଛି। ଅଭିଯୋଗ ଅନୁସାରେ ଆଶ୍ରମର ସଂଚାଳକ ଭଗବାନ ସିଂହ ଯୁବତୀଙ୍କ ସହ ଦୁଷ୍କର୍ମ କରିଛନ୍ତି। ଆଶ୍ରମରେ ରହୁଥିବା ଅନ୍ୟ ଯୁବତୀଙ୍କ ସହ ଭଗବାନ ସିଂହ ଖରାପ କାର୍ଯ୍ୟ କରିଆସୁଛନ୍ତି। କୌଣସି ପ୍ରକାର ଯୁବତୀ ଜଣକ ମଙ୍ଗଳବାର ଆଶ୍ରମରୁ ଖସି ଆସି ସିକନ୍ଦରା ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାର ଅଭିଯୋଗ କ୍ରମେ ପୁଲିସ୍‍ ବଳାତ୍କାର ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଆଶ୍ରମର ଅନ୍ୟ ଅନ୍ତେବାସୀଙ୍କୁ ଏନେଇ ପଚରାଉଚୁରା କରାଯିବ ବୋଲି ପୁଲିସ୍‍ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.