ବଳାତ୍କାର ପରେ ନାବାଳିକାକୁ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାରେ ଜଣେ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସୋମବାର ହେମଗିରି ଥାନା ଗୋପାଳପୁର ଗ୍ରାମ ପାଖ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି ଜଣେ ଦୁର୍ବୃତ୍ତ ବଳାତ୍କାର କରି ନାବାଳିକାକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ଗତ ୨୦ ତାରିଖରୁ ନାବାଳିକା ନିଖୋଜ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ମୃତଦେହ ଜବତ ପରେ ଏନେଇ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି।

Comments are closed.