ପୁଣି ଲଜ୍ଜା : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

କୋରାପୁଟ : କୋରାପୁଟ ଜିଲାର ଆଦିବାସୀ ଊନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଜିଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଛି । ଏପରିକି ଛାତ୍ରୀ ଜଣଙ୍କ ୭ମାସ ଗର୍ଭବତୀ ଥିବା ଜଣାପଡିଛି। ଖବର ଜଣାପଡିବା ପରେ ଜିଲା ମଙ୍ଗଳ ଅଧିକାରୀଙ୍କ ସମେତ ଜିଲା ଶିଶୁ ସୁରକ୍ଷା ସଂସ୍ଥା ପକ୍ଷରୁ ବୁର୍ଜା ହାଇସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନାବାଳିକାର ଡାକ୍ତରୀ ମାଇନା କରାଯାଇଛି। ଅଭିଯୋଗ ପରେ ସଂପୃକ୍ତ ଅଭିଯୁକ୍ତକୁ ଧରି ପଚରାଉଚରା କରୁଛି ପୁଲିସ। ଥାନାକୁ ଡକାଯାଇ ପ୍ରଧାନ ଶିକ୍ଷକଙ୍କ ସମେତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ଠାରୁ ପୁଲିସ ଅଧିକ ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି।

Comments are closed.