୧୦ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ : ଘଟଣା ଚପେଇ ଦେବାକୁ ଉଦ୍ୟମ

ହିଞ୍ଜିଳି : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ୧୦ବର୍ଷର ନାବାଳିକାଙ୍କୁ ଜଣେ ୬୨ବର୍ଷୀୟ ବୃଦ୍ଧ ବଳାତ୍କାର କରିଥିବା ନେଇ ବୁଧବାର ପୁଲିସ ନିକଟରେ ଅଭିଯୋଗ ହୋଇଛି । ଶନିବାର ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ନିକଟରେ କିରାଣୀ ଦୋକାନ କରିଥିବା ଅଭିଯୁକ୍ତ ବୃଦ୍ଧ ଜଣଙ୍କ ତାଙ୍କୁ କୌଶଳ କ୍ରମେ ଦୋକାନ ଘରଭିତରକୁ ଡାକି ବଳାତ୍କାର କରିଥିଲା । ନାବାଳିକା ଜଣଙ୍କ କାନ୍ଦି କାନ୍ଦି ଘରେ ପହଞ୍ଚିବା ପରେ ତାର ମାଆ ପଚାରିବାରୁ ଘଟଣା ବିଷୟରେ କହିଥିଲା । ଏହି ଘଟଣାକୁ କିଛି ରାଜନୈତିକ ବ୍ୟକ୍ତି ଚପେଇ ଦେବାକୁ ଉଦ୍ୟମ କରିଥିଲେ । ମାତ୍ର ନିଜ ସମ୍ପର୍କୀୟଙ୍କ ସହାୟତାରେ ନାବାଳିକାଙ୍କ ମାଆ ପୁଲିସରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି ।

Comments are closed.