ବାପା ସମ୍ମୁଖରେ ଝିଅକୁ ଗଣ ବଳାତ୍କାର ଅଭିଯୋଗ

0

ଫୁଲବାଣୀ: ବାପା ସମ୍ମୁଖରେ ଝିଅକୁ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଦାରିଙ୍ଗବାଡି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା। ଅଭିଯୋଗ ପରେ ପୀଡିତାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇ ଥିବା ଆଇଆଇସି ତୁଷାର ମହାପାତ୍ର କହିଛନ୍ତି।
ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ବାପା ନିଜ ନାବାଳିକା ଝିଅ ସହ ଜାତିଗତ ପ୍ରମାଣ ପତ୍ର ଆବେଦନ କରିବାକୁ ଦାରିଙ୍ଗବାଡିକୁ ଯାଇଥିଲେ। ଦାରିଙ୍ଗବାଡିରୁ ନିଜ ଗ୍ରାମକୁ ଆସୁଥିବା ସମୟରେ ଲିପୁନ ନାୟକ ଓ ତା ସାଙ୍ଗ ପୀଡିତାଙ୍କୁ ଜଙ୍ଗଲ ମଧ୍ୟକୁ ନେଇ ଗଣ ବଳାତ୍କାର କରିଥିଲେ। ଗଣ ବଳାତ୍କାର ପରେ ଦୁଇ ଜଣ ବାଳକ ପୀଡିତାଙ୍କୁ ଛାଡି ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ଅଭିଯୁକ୍ତ ଦୁଇ ଜଣ ନାବାଳକ ବୋଲି ଜଣାପଡିଛି। ପୀଡୀତାଙ୍କ ବାପା ଗ୍ରାମକୁ ଆସିବା ପରେ ଗ୍ରାମବାସୀଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ। ଗ୍ରାମବାସୀମାନେ ଜଙ୍ଗଲ ମଧ୍ୟକୁ ଯାଇ ଲିପୁନ ଓ ତା ସାଙ୍ଗକୁ ଦେଖିଥିଲେ। ଗ୍ରାମବାସୀଙ୍କୁ ଦେଖି ଲିପୁନର ସାଙ୍ଗ ଖସି ପଳାଇଥିବା ବେଳେ ଲିପୁନୁ ଧରା ପଡିଯାଇଥିଲା। ପରେ ଗ୍ରାମବାସୀମାନେ ତାକୁ ନିସ୍ତୁକ ଛେଚିଥିଲେ। ଗ୍ରାମବାସୀଙ୍କ ମାଡରେ ଲିପୁନର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ପ୍ରଥମେ ଦାରିଙ୍ଗବାଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ବ୍ରହ୍ମପୁର ମେଡିକାଲରେ ସ୍ଥାନାନ୍ତରିତ କରାଯାଇଛି।
ଏହି ଘଟଣା ପରେ ଲିପୁନ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଛି ଯେ, ସେ ବସିଥିବା ସମୟରେ କୌଣସି କାରଣ ନ ଥାଇ ଗ୍ରାମବାସୀ ତାକୁ ବାଡେଇଥିଲେ।

Leave A Reply