ବ୍ୟବସାୟୀଙ୍କ ନାଁରେ ମହିଳାଙ୍କ ବଳାତ୍କାର ଓ ଠକେଇ ଅଭିଯୋଗ

ସୋର : ବାଲେଶ୍ବର ଜିଲା ସୋର ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଓ ଲକ୍ଷାଧିକ ଟଙ୍କା ଠକିନେବା ଅଭିଯୋଗ ହୋଇଛି। ପୀଡିତା ମହିଳା ଏ ନେଇ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ସୂଚନାରୁ ଅଭିଯୁକ୍ତ ଜଣଙ୍କ ସେ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବୋଲି ଜଣାପଡିଛି। ଅଭିଯୁକ୍ତ ବ୍ୟବସାୟୀ ଫେରାର ଥିବା ଜଣାପଡିଛି ।

Comments are closed.