ଅଦାଲତ ପରିସରରେ କନିଷ୍ଠଙ୍କୁ ବରିଷ୍ଠ ଆଇନଜୀବୀଙ୍କ ବଳାତ୍କାର

0

ନୂଆଦିଲ୍ଲୀ: ବଳାତ୍କାର ଅଭିଯୋଗରୁ ଅଦାଲତ ପରିସର କିମ୍ବା ଆଇନଜୀବୀ ମଧ୍ୟ ବାଦ୍‍ ପଡ଼ୁନାହାନ୍ତି। ଦକ୍ଷିଣ ଦିଲ୍ଲୀର ସାକେତ୍‍ ଅଦାଲତ ପରିସରରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ଜନୈକ ମହିଳା ଆଇନଜୀବୀ। ସଙ୍ଗମ ବିହାର ଅଞ୍ଚଳରୁ ସମ୍ପୃକ୍ତ ଆଇନଜୀବୀଙ୍କୁ ପୁଲିସ ଗିରଫ କରିଛି। ପ୍ରାୟ ୫୦ବର୍ଷ ବୟସ୍କ ଆଇନଜୀବୀ ସାକେତ୍‍ ଅଦାଲତ ପରିସରସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଶନିବାର ରାତିରେ କନିଷ୍ଠ ମହିଳା ଆଇନଜୀବୀଙ୍କୁ ବଳାତ୍କାର କରିଥିଲେ। ପୁଲିସ ଅଭିଯୋଗକାରୀ ମହିଳାଙ୍କର ଡାକ୍ତରୀ ମାଇନା କରାଇବା ସହ ତଦନ୍ତ ଚଳାଇଛି।

Leave A Reply