ବଳାତ୍କାର ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫତେହପୁର ଜିଲାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଥାନାରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛି । ଏହାକୁ ନେଇ ଥାନାରେ ହଇଚୟୀ ସୃଷ୍ଟି ହୋଇଥିଲା । ଗୁରୁତର ଅବସ୍ଥାରେ ଅଭିଯୁକ୍ତ ଜଣଙ୍କୁ କାନପୁରର ହେଲଟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଅଘଟଣ ମଲୱା ଥାନାରେ ଘଟିଛି । ପ୍ରାୟ ୧୫ ଦିନ ପୂର୍ବେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ମଲୱା ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ କୁଙ୍ଗୱପୁର ପୋଖରାର ବାସିନ୍ଦା ପୁତ୍ତନଙ୍କ ୨୧ ବର୍ଷୀୟ ପୁଅ ନୀରଜ କୁ ସୋମବାର ପୁଲିସ ଗିରଫ କରି ଥାନାକୁ ଆଣିଥିଲା। ମଙ୍ଗଳବାର ଅଭିଯୁକ୍ତ ଜଣଙ୍କ ଶୌଚାଳୟରେ ଫାଶି ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରୁ ପୁଲିସ ତାଙ୍କୁ ଉଦ୍ଧାର କରି ଜିଲା ହସ୍ପିଟାଲ​‌ରେ ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ  କାନପୁର ସ୍ଥିତ ହେଲଟ ହସ୍ପିଟାଲ ସ୍ଥାନନ୍ତର କରାଯାଇଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Comments are closed.