ଦୋକନରୁ ଉଠାଇ ନେଇ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଯାଜପୁର : ଦୋକନରୁ ଉଠାଇ ନେଇ ଜଣେ ଯୁବତୀଙ୍କୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଯାଜପୁର ଜିଲା ସୁକିନ୍ଦାରୁ ଆସିଛି । ସୂଚନାଯୋଗ୍ୟ, ବୁଧବାର ଅପରାହ୍ନରେ ଯୁବତୀ ଜଣଙ୍କ ବାପାଙ୍କ ଦୋକନରେ ବସିଥିଲେ । ବାପା ଦୋକାନରେ ନଥିବା ବେଳେ ଜଣେ ଯୁବକ ଆସି ତାଙ୍କୁ ସଫଲ ପ୍ୟାକେଟ୍ ମାଗିଥିଲେ । ପ୍ୟାକେଟ୍ ନେବା ସମୟରେ ଯୁବକ ଜଣଙ୍କ ଯୁବତୀଙ୍କ ହାତ ଧରି ଘୋଷାରି ଘୋଷାରି ଗାଡ଼ି ଭିତରକୁ ନେଇ ଯାଇଥିଲା । ଡୁବୁରି ରାସ୍ତାରେ ଯୁବତୀଙ୍କୁ ବଳାତ୍କାର କରିବା ପରେ ସେଠାରୁ ଜଣେ ରାଜନେତାଙ୍କ ସଂପର୍କୀୟଙ୍କ ଘରକୁ ନେଇ ତାଙ୍କୁ ଗଣବଳାତ୍କାର କରାଯାଇଥିଲା ବୋଲି ପୀଡିତାଙ୍କ ବାପା ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା କରି ତଦନ୍ତ ଆରମ୍ଭ କରିଛି ।

Comments are closed.