ପ୍ରେମିକାକୁ ଗଣବଳାତ୍କାର ଅଭିଯୋଗରେ ଜଣେ ଗିରଫ

0

ଅନୁଗୁଳ: ଜନୈକ ଯୁବକ ଦୁଇବନ୍ଧୁଙ୍କ ସହ ମିଶି ତାଙ୍କର ପ୍ରେମିକାଙ୍କ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ପାଲଲହଡା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି । ତାଙ୍କର ଅନ୍ୟ ଦୁଇ ସହଯୋଗୀ ଫେରାର ହୋଇ ଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଜନୈକ ଯୁବକ ଜଣକ ପ୍ରେମିକାଙ୍କୁ  ଗତକାଲି ରାତିରେ କୌଣସି ବାହନାରେ ଡାକି ନେଇଥିଲେ । ଏହା ସହ ତାର ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଡାକିଥିଲେ। ପରେ ପାହାଡ଼ ନିକଟରେ ଏକ ପରିତ୍ୟକ୍ତ ସ୍ଥାନରେ ଯୁବତୀଙ୍କୁ ଗଣ ବଳାତ୍କାର ପରେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ । ଶନିବାର ସକାଳେ ପାହାଡ ତଳୁ ପୀଡିତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି ।

Leave A Reply