ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

0

ଜଗତସିଂହପୁର: ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଜଗତସିଂହପୁର ଜିଲା ଏରସମା ବ୍ଲକ୍‌ ଅନ୍ତର୍ଗତ ଗଡ଼ହର୍ଷିପୁର ଗାଁରେ ଏହି ଅଘଟଣ ଘଟିଛି । ଆଜି ସକାଳେ ଏକ କାଜୁ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା  ଯାହାକୁ ନେଇ ସନ୍ଦେହ ଉପୁଜିଛି । ପାରିପାଶ୍ବିକ ପରିସ୍ଥିତରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାବାଳିକାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଗତକାଲି ରାତିରୁ ଉକ୍ତ ନାବାଳିକା ଜଣଙ୍କ ନିଖୋଜ ଥିଲେ । ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳିକାଙ୍କୁ ପାଇ ନଥିଲେ ।

Leave A Reply