ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

0

କାଲିମେଳା: ସାରା ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି ଆଦିବାସି ବହୁଳ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିବାଡା ଗ୍ରାମରେ । ନାବାଳିକା ଜଣଙ୍କ ଆଜକୁ ୨ ଦିନ ଧରି ନିଖୋଜ ଥିବା ବେଳେ ଗୁରୁବାର ବେଜାଙ୍ଗିୱାଡା କେନାଲ ବନ୍ଧ ନିକଟବର୍ତି ଏକ ଚାଷ ଜମିରୁ ନାବାଳିକାର ମୃତଦେହ ପଡିଥିବା କାଲିମେଳା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନାବାଳିକାର ବୟଷ ୧୬ ବର୍ଷ ହୋଇଥିବା ବେଳେ ତାକୁ ଅପହରଣ କରି ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ବେକରେ ନିଜ ଓଢଣି ଗୁଡେଇ ହୋଇ ରହିଥିବା ଦେଖିବାକୁ ମିଳିଛି । ଗତ ସୋମବାର ଠାରୁ ନିଖୋଜ ଥିବା ଝିଅର କ୍ଷେତରୁ ଏପରି ଅବସ୍ଥାରେ ମୃତଦେହ ମିଳିବା ପରେ ଏହା ପଛରେ ଏକାଧିକ ଲୋକର ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି । ତାଙ୍କ ବାପାଙ୍କର ଆଗରୁ ମୃତ୍ୟୁ ହୋଇଯାଇଥିବା ବେଳେ ପରିବାରରେ ମା ଓ ଭଉଣୀ ରହିଛନ୍ତି । ନାବାଳିକା ଜଣଙ୍କ ଚଳିତ ବର୍ଷ ମେଟ୍ରିକ ପରିକ୍ଷା ଦେଇଥିଲେ । କାଲିମେଳା ପୁଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି ।

 

Leave A Reply