ନାବାଳିକାକୁ  ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

0

କଳାପଥର(ବାଙ୍କୀ) : ବୈଦେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଜନୈକା ନାବାଳିକାକୁ ଅପହରଣ କରାଯାଇ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ  ହୋଇଛି। ବୈଦେଶ୍ୱର ପୁଲିସ  ଏହି  ମାମଲାରେ ଜଣେ ଯୁବକକୁ ଗିରଫ କରି ଆଣି କୋର୍ଟ ଚାଲାଣ କରିଛି।  ବୈଦେଶ୍ୱର ଥାନା ଜଗନ୍ନାଥପୁର ଗ୍ରାମର ଜନୈକା ୧୫ ବର୍ଷୀୟା ନାବାଳିକା ଯୁବତୀକୁ ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ଆକାଶ ନାୟକ ନାମକ ଜଣେ ଯୁବକ ଅପହରଣ କରିନେଇଥିଲା। ପରେ ତାଙ୍କୁ ବହୁତଥର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବ। ପରେ ବୈଦେଶ୍ୱର ପୁଲିସ ମଙ୍ଗଳବାର ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ପୀହିତାକୁ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

Leave A Reply