ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ; ୨ ଗିରଫ

0

କନ୍ଧମାଳ : କନ୍ଧମାଳ ଜିଲ୍ଲା  ଖଜୁରୀପଡା ଥାନା ଅଞ୍ଚଳରେ ନାବାଳିକା ଗଣ ଗଣଦୁଷ୍କର୍ମ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଜଣେ ଅଟୋ ଚାଳକଙ୍କ ସହ ତାଙ୍କର ଅନ୍ୟ ସହଯୋଗୀ ନାବଳିକାଙ୍କୁ ଜଙ୍ଗଲ ମଧ୍ୟକୁ ଟେକି ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଯେ ଖଜୁରୀପଡା ଥାନା ଅଞ୍ଚଳର  ନାବାଳିକା ଜଣଙ୍କ କିଛି ଗ୍ରାମବାସୀଙ୍କ ସହ ହାଟ କରିବା ପାଇଁ  ଅଟୋରେ ଯାଇଥିଲେ । ଫେରିବା ବେଳେ  ଆଟୋ ଚାଳକ ଜଣଙ୍କ ବାଟରେ ଜଣ ଜଣ କରି ସମସ୍ତଙ୍କୁ ଓହ୍ଲାଇ ଦେଇଥିଲେ।  ଶେଷରେ ନାବାଳିକା ଜଣଙ୍କ ଓହ୍ଲାଇବାର ଥିବାବେଳେ  ଆଟୋ ଚାଳକ ଜଣଙ୍କ ତାଙ୍କୁ ଜଙ୍ଗଲ ମଧ୍ୟକୁ ଉଠାଇ ନେଇ ଅନ୍ୟ ସାଙ୍ଗମାନଙ୍କ ସହ ଗଣବଳାତ୍କାର କରିଥିଲେ । ପରେ ନାବାଳିକାକୁ ତାଙ୍କ ଘରେ ଛାଡି ଦେଇଥିଲେ । ଏହି ସମ୍ପର୍କରେ ପରିବାର ଲୋକଙ୍କୁ ନାବାଳିକା କହିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ  ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

Leave A Reply