ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାମିଲ ହେଲେ ରାଣୀ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ନିକଟରେ ହିନ୍ଦୀ ସିନେମା ଜଗତର ମୋଷ୍ଟ ଇନ୍‍ଫ୍ଲୁଏନ୍‍ସିୟଲ୍‍ ପର୍ସନାଲିଟି ଆୱାର୍ଡ(ହିନ୍ଦୀ ସିନେମା ଜଗତର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମ୍ମାନ) ପ୍ରଦାନ କରାଯାଇଛି। ସିଦ୍ଧାର୍ଥ ମାଲହୋତ୍ରାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ହିଚ୍‍କୀ’ରେ ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଦକ୍ଷିଣ-ପୂର୍ବ ଏସିଆରେ ଆୟୋଜିତ ଏକ ଆୱାର୍ଡ଼ ଶୋ’ରେ ରାନୀ ମୋଷ୍ଟ ଇନ୍‍ଫ୍ଲୁଏନ୍‍ସିୟଲ୍‍ ପର୍ସନାଲିଟି ଆୱାର୍ଡ ଗ୍ରହଣ କରିଛନ୍ତି। ତେବେ ଏହି ସମ୍ମାନ ତାଙ୍କ ପାଇଁ ଖୁବ୍‍ ମହତ୍ତ୍ୱ ରଖେ ଏବଂ ‘ହିଚ୍‍କୀ’ରେ ଅଭିନୟର ସୁଯୋଗ ପାଇଥିବାରୁ ନିଜକୁ ଖୁବ୍‍ ଭାଗ୍ୟଶାଳୀ ମନେ କରୁଥିବା ରାଣୀ କହିଛନ୍ତି। ସୂଚନାଯୋଗ୍ୟ, ‘ହିଚ୍‍କୀ’ ଦେଶ ବିଦେଶରେ ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲା।

Comments are closed.