ଆନ୍ଧ୍ର ପ୍ରଦେଶ କାବୁରୁ ରେଳ ଷ୍ଟେସନ ନିକଟରୁ ଓଡିଆ ଶିକ୍ଷକଙ୍କ ଶବଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

0

କଲମପୁର :  ଆନ୍ଧ୍ରପ୍ରଦେଶ  ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ କାବୁରୁ ରେଳ ଷ୍ଟେସନ ନିକଟସ୍ଥ ଏକ ନାଳ ନିକଟରୁ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ସମୟ ଦୋରଙ୍କର ମୃତ ଶରୀରକୁ ଉଦ୍ଧାର କରାଯାଇଛି । ସମୟ ଦୋରା କେରପାଇ ପଂଚାୟତ ଅନ୍ତର୍ଗତ ସେରକାପାଇ ପ୍ରାଥମିକ ବିଦ୍ୟାଳୟରେ ଗଣ ଶିକ୍ଷକ ଭାବେ ନିୟୋଜିତ ଥିଲେ । ସେ ଆନ୍ଧ୍ର ପ୍ରଦେଶରେ ଥିବା ରାଘବେନ୍ଦ୍ର ଅନୁଷ୍ଠାନରେ କୌଣସି ଏକ ପରୀକ୍ଷା ଦେବା ପାଇଁ ସେଠାକୁ ଯାଇଥିଲେ ବୋଲି  ପରିବାର ଲୋକ ସୂଚନା ଦେଇଛନ୍ତି।

ପ୍ରଥମେ ଏକ ଅଜଣା ବ୍ୟକ୍ତିଙ୍କର ମୃତଦେହ ପଡିଥିବା କାବୁର ପୁଲିସ ଖବର ପାଇଥିଲା । ସେ ସେଠାରୁ ଏକ ଫଟୋ ଓ ଫୋନ୍‌ ନମ୍ବର ପାଇଥିଲା । ଫୋନ୍‌ ନମ୍ବରକୁ ଯୋଗା ଯୋଗ କରିବାରୁ ତାହା  ରାମପୁର ଇଶ୍ୱର ନାଏକଙ୍କର ଜଣା ପଡିଥିଲା ।  ପରେ ପୁଲିସ ମୃତ ବ୍ୟକ୍ତିଙ୍କର ଫଟୋକୁ ହ୍ୱାଟସ ଆପ୍‌ ମାଧ୍ୟମରେ ପଠାଥିଲା । ଏଥିରୁ ମୃତ ବ୍ୟକ୍ତି ଜଣକ ଥୁଆମୁଳ ରାମପୁର ଅଧିନସ୍ଥ ବଳରାମ ଦୋରାଙ୍କ ପୁଅ ସମୟ ଦୋରା ବୋଲି ଚିହ୍ନଟ କରାଯାଇଥିଲା । କେଉଁ କାରଣରୁ ସମୟଙ୍କ ମୃତ୍ୟୁ ହୋଇଛି ତାହା ଜଣା ପଡି ନାହିଁ । ତାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବାରୁ ଶବ ଆଣିବା ପାଇଁ ଅସମର୍ଥ ଥିବା ଜଣାଇଛନ୍ତି । ତେବେ ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଛେଦ କରାଯିବବୋଲି ସେଠାକାର ପୁଲିସ ସୂଚନା ଦେଇଛି । ସମୟ ଦୋରାଙ୍କ ପରିବାର ଲୋକଙ୍କୁ ଏଥିପାଇଁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି ।

Leave A Reply