ଧୀରେ ଧୀରେ ସମସ୍ତଙ୍କ ଖାତାକୁ ଆସିବ ୧୫ ଲକ୍ଷ: କେନ୍ଦ୍ର ମନ୍ତ୍ରୀ

0

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଗଣତାନ୍ତ୍ରିକ ଦଳ ମୁଖ୍ୟ ରାମଦାସ ଆଠୱାଲେଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଆଠୱଲେ କହିଛନ୍ତି ଯେ ୨୦୧୪ ନିର୍ବାଚନ ସମୟର ପ୍ରତିଶ୍ରୁତି ମୁତାବକ ବିଜେପି ସରକାର ସମସ୍ତଙ୍କ ଖାତାରେ ୧୫ ଲକ୍ଷ ଲେଖାଏଁ ଟଙ୍କା ଜମା କରିବେ। ହେଲେ ଏହି ଟଙ୍କା ଏକାସଙ୍ଗ ନୁହେଁ ଧୀରେ ଧୀରେ ଖାତାରେ ଜମା କରାଯିବ। ସରକାରଙ୍କ ପାଖରେ ଏବେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଏଥିପାଇଁ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଅର୍ଥ ମାଗିଥିଲେ। କିନ୍ତୁ ଆରବିଆଇ ଅର୍ଥ ଦେବାକୁ ମନା କରିଦେଇଛି। ତେଣୁ ଲୋକଙ୍କୁ ଟଙ୍କା ଦେଇ ହୋଇନି।
ମହାରାଷ୍ଟ୍ରର ସାଙ୍ଗଲିଠାରେ ସୋମବାର ଏକ କାର୍ଯ୍ୟକ୍ରମରେ ଆଠୱାଲେ ଏହା କହିଛନ୍ତି। ତିନି ରାଜ୍ୟରେ ବିଜେପିର ପରାଜୟ ଉପରେ ବିଚାର କରାଯାଛି ବୋଲି ସେ ସୂଚନା ଦେଇଥିଲେ।
ପ୍ରକାଶଯୋଗ୍ୟ ଯେ ୨୦୧୪ ସାଧାରଣ ନିର୍ବାଚନ ପ୍ରଚାର ଅବସରରେ ନରେନ୍ଦ୍ର ମୋଦୀ କହିଥିଲେ ଯେ ବିଦେଶରେ ଥିବା କଳାଧର ଭାରତକୁ ଆସିଗଲେ ସବୁ ଲୋକଙ୍କ ଖାତାରେ ୧୫ ଲକ୍ଷ ଲେଖାଏଁ ଟଙ୍କା ଜମା କରିହେବ। ମୋଦୀଙ୍କ ଏହି ଟିପ୍ପଣୀକୁ ବିରୋଧୀଦଳମାନେ ପ୍ରସଙ୍ଗ କରି ନିର୍ବାଚନ ପ୍ରଚାର କରୁଛନ୍ତି ଓ ବିଜେପି ସରକାରଙ୍କୁ ଘେରୁଛନ୍ତି।

Leave A Reply