ପ୍ରଥମ ରାଷ୍ଟ୍ରପତି ଭାବେ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାମନାଥ କୋବିନ୍ଦ

0

କଟକ:  ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ କଟକରେ ଥିବା ନେତାଜୀ ସଂଗ୍ରହାଳୟ ବୁଲି ଦେଖିଛନ୍ତି । ସଂଗ୍ରହାଳୟରେ ପହଞ୍ଚିବାପରେ ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ନେତାଜୀଙ୍କ ସ୍ମୃତିରେ ରଖାଯାଇଥିବା ବିଭିନ୍ନ ଜିନିଷ ଓ ଫଟୋଚିତ୍ରକୁ ବୁଲି ଦେଖିଥିଲେ । ରାଷ୍ଟ୍ରପତି କୋବିନ୍ଦ  ନେତାଜୀ ସଂଗ୍ରହାଳୟ ବିଷୟରେ ବେଶ୍‌ ସକରାତ୍ମକ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଚତୁର୍ଥ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ କଟକକୁ ଆସିଛନ୍ତି ।

ଏହା ପୂର୍ବରୁ ପ୍ରଥମ ରାଷ୍ଟ୍ରପତି ଭାବେ ନୀଲମ ସଞ୍ଜୀବ ରେଡ୍ଡି କଟକ ଆସିଥିଲେ । ସେ ଯୋବ୍ରା ବ୍ୟାରେଜ୍‌ର ଶିଳାନ୍ୟାସ କରିଥିଲେ । ଜ୍ଞାନୀ ଜୈଲ ସିଂ ଦ୍ୱିତୀୟ ରାଷ୍ଟ୍ରପତି ଭାବେ  କଟକ ଆସିଥିଲେ । ସେ ଶିଖରପୁରରେ ଥିବା ଗୁରୁଦ୍ୱାର ପରିଦର୍ଶନ କରିଥିଲେ । କଟକ ସହରକୁ ହଜାରେ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ରାମସ୍ୱାମୀ ଭେଙ୍କଟ ରମଣ ଆସିଥିଲେ । ଚତୁର୍ଥ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ କଟକ ଆସିବା ସହ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଏହାପରେ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ଲୋକାର୍ପଣ କରିଥିଲେ । ପରେ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave A Reply