ରାମହରି ଦାସଙ୍କୁ ଗୁରୁ ସିଂହାରୀ ସମ୍ମାନ

ଭୁବନେଶ୍ବର : ଗୁରୁ ଗୋପାଳ ପଣ୍ଡା ଏକାଡେମୀ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ୩ ଦିନିଆ ଓଡ଼ିଶୀ ରାଗ ମହୋତ୍ସବର ଆଜି ଥିଲା ଦ୍ବିତୀୟ ସନ୍ଧ୍ୟା। କାର୍ଯ୍ୟକ୍ରମରେ ଅତିଥିଭା‌େ‌ବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ, ଡ. ଶାନ୍ତନୁ ଆଚାର୍ଯ୍ୟ ଏବଂ ଗୁରୁ ଗୋପାଳ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଗୁରୁ ରାମହରି ଦାସଙ୍କ ଗୁରୁ ସିଂହାରୀ ସମ୍ମାନ, ବୀଣାପାଣି ନାୟକଙ୍କୁ ଭଗବତୀ ସ୍ମୃତି ସମ୍ମାନ ଏବଂ ରୂପକ କୁମାର ପରିଡ଼ାଙ୍କୁ ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଥିଲା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ। ଏହାକୁ ପରିବେଷଣ କରିଥିଲେ ମୁମ୍ବଇର ଶିଳ୍ପୀ ସଙ୍ଗୀତା ଚମୁହା। କର୍ଣ୍ଣାଟକୀ ଶୈଳୀ ଗାୟନ ପରିବେଷଣ କରିଥିଲେ ଐଶ୍ବର୍ଯ୍ୟା ବିଦ୍ୟା। ଓଡିଶୀ ସଙ୍ଗୀତ ପରିବେଷଣ କରିଥିଲେ ସଙ୍ଗୀତା ପଣ୍ଡା। ଶେଷ ପ୍ରସ୍ତୁତିରେ ଥିଲା ଓଡ଼ିଶୀ ନୃତ୍ୟ। ଏହାକୁ ପରିବେଷଣ କରିଥଲେ ଶିଳ୍ପୀ ଗୁରୁ ନିରଞ୍ଜନ ରାଉତ ଏବଂ ସାଥୀ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ।

Comments are closed.