ପୁର୍ବାଞ୍ଚଳରେ ବିଜେପିକୁ ଧକ୍କା, ଦଳ ଛାଡିଲେ ସାଂସଦ ରାମପ୍ରସାଦ ଶର୍ମା

0

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଇସ୍ତଫା ଓ ଦଳବଦଳ ପର୍ବ ଜୋର ଧରିଛି। ପାଖାପାଖି ସବୁ ଜାତୀୟ ଓ ଆଞ୍ଚଳିକ ଦଳରେ ଦଳ ଛାଡୁଥିବା ଓ ଦଳରେ ଯୋଗ ଦେଉଥିବା ନେତାଙ୍କ ସଂଖ୍ୟା ବଢି ବଢି ଚାଲିଛି। ଏହି କ୍ରମରେ ଆସାମରେ ବିଜେପିରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ତେଜପୁର ଲୋକସଭା ସାଂସଦ ରାମପ୍ରସାଦ ଶର୍ମା। ବିଜେପିରେ ୨୯ ବର୍ଷ ଏବଂ ଆରଏସଏସ ଓ ଭିଏଚପିରେ ୧୫ ବର୍ଷ କାର୍ଯ୍ୟ କଲାପରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆସାମ ବିଜେପି ଉପରେ ଅଭିଯୋଗ କରି ରାମପ୍ରସାଦ କହିଛନ୍ତି ଯେ ପାର୍ଟିରେ ନୂଆ ଲୋକ ଯୋଗ ଦେବାରୁ ତାଙ୍କୁ ଅଣଦେଖା କରାଯାଉଥିଲା। ଏକ ଫେସ୍‍ବୁକ୍‍ ପୋଷ୍ଟରେ ସେ କହିଛନ୍ତି, ଲୋକସଭା ନିର୍ବାଚନ ପାଇଁ ସମ୍ଭାବିତ ପ୍ରାର୍ଥୀ ତାଲିକାରେ ତାଙ୍କର ନାମ ସ୍ଥାନ ପାଇ ନ ଥିବାରୁ ସେ ଅପମାନିତ ଅନୁଭବ କରୁଛନ୍ତି। ଶ୍ରୀ ଶର୍ମା ମଧ୍ୟ ଆସାମ ଗୋର୍ଖା ସମ୍ମିଳନର ସଭାପତି ଅଛନ୍ତି। ବିଜେପି ଏ ପର୍ଯ୍ୟନ୍ତ ତେଜ୍‍ପୁର ଲୋକସଭା ଆସନରୁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ।

Leave A Reply