ସରକାର ଚାହିଁଲେ ୨୦୧୯ ପୂର୍ବରୁ ରାମ ମନ୍ଦିର ନିର୍ମାଣ ହୋଇପାରିବ : ରାମଦେବ

0

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ନିର୍ମାଣ ପାଇଁ ସାଧୁସନ୍ଥମାନଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ତୁରନ୍ତ ରାମ ମନ୍ଦିର ନିର୍ମାଣ ହେବା ଆବଶ୍ୟକ। ସରକାର ସଂସଦରେ ଏକ ଅଧ୍ୟାଦେଶ ଆଣି ଏହାର ନିର୍ମାଣ ପାଇଁ ପଦକ୍ଷେପ ନେବା ଦରକାର। ସେ ଆହୁରି କହିଛନ୍ତି ୨୦୧୯ ପୂର୍ବରୁ ସରକାର ଚାହିଁଲେ ରାମ ମନ୍ଦିର ନିର୍ମାଣ କରାଯାଇପାରିବ। ଏହାକୁ କୌଣସି ରାଜନୈତିକ ଦଳ ବିରୋଧ କରିବେ ନାହିଁ ବୋଲି ସେ କହିଛନ୍ତି। କାରଣ ରାମ ମନ୍ଦିର କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ।ଏହା ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡିତ। ତେଣୁ ସରକାର ଯଥାଶୀଘ୍ର ରାମ ମନ୍ଦିର ନିର୍ମାଣ କରିବା ଦରକାର ବୋଲି ରାମଦେବ କହିଛନ୍ତି।

Leave A Reply