୫ କୋଟି ଟଙ୍କା ଋଣ ନେଇ ନ ସୁଝିବା ମାମଲାରେ  ରାଜପାଲ ଯାଦବ ଓ ତାଙ୍କ ପତ୍ନୀ ଦୋଷୀ ସାବସ୍ତ୍ୟ

0

ନୂଆଦିଲ୍ଲୀ:  ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବ ଓ ତାଙ୍କର ପତ୍ନୀ  ରାଧା ଯାଦବ ଜଣେ ଉଦ୍ୟୋଗପତିଙ୍କ ଠାରୁ ୫ କୋଟି ଟଙ୍କା ଋଣ ନେଇ ନ  ପରିଶୋଧ କରିବା ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଛନ୍ତି ।  ଦିଲ୍ଲୀର ଏକ ଅଦାଲତରେ ଏହି ମାମଲାର ଶୁଣାଣୀ ହୋଇଥିଲା । ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଠାରୁ ରାଜପାଲ ଯାଦବ ୨୦୧୦ ମସିହାରେ ୫ କୋଟି ଟଙ୍କା ଋଣ ଥିଲେ ।

ମିଛ ସତ୍ୟପାଠ ଦେବା ମାମଲାରେ ଯାଦବ ୨୦୧୩ ମସିହାରେ  ଡିସେମ୍ବର ୩ରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିଥିଲେ । ସେ ଏହି ମାମଲାରେ ତିହାର ଜେଲ୍‌ ଯାଇଥିଲେ ।

Leave A Reply