ଆତଙ୍କବାଦୀ ଶିବିର ଧ୍ବଂସ କଲେ ପାକିସ୍ତାନ ସହ ଆଲୋଚନା: ରାଜନାଥ

0

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନ ସହିତ ସୁସମ୍ପର୍କ ସ୍ଥାପନ ପାଇଁ ଭାରତ ଆଗ୍ରହୀ ବୋଲି କହିଛନ୍ତି। ଏଥିସହିତ ଆଲୋଚନା ଆରମ୍ଭ ପାଇଁ ସେ ଗୋଟିଏ ସର୍ତ୍ତ ରଖିଛନ୍ତି। ନିଜ ଦେଶରେ ଆଶ୍ରୟ ନେଇଥିବା ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ପ୍ରଥମେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରୁ ଓ ଏହାର ଭାରତ ତଥା ବିଶ୍ବବାସୀଙ୍କୁ ହୃଦ୍‌ବୋଧ ହେଲା ଭଳି ହେଉ ବୋଲି ରାଜନାଥ ସର୍ତ୍ତ ରଖିଛନ୍ତି। ପାକିସ୍ତାନ ସରକାର ପ୍ରଥମେ ନିଜ ମାଟିରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ବଂସ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ପଡ଼ୋଶୀ ରାଷ୍ଟ୍ର ସହିତ ସୁସମ୍ପର୍କ ଭାରତ ଚାହେଁ; କିନ୍ତୁ ଆତଙ୍କବାଦ ଓ ଆଲୋଚନା ଏକକାଳୀନ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Leave A Reply