‘ଚୌକିଦାର ପିୟୋର ହେ, ପିଏମ ବନନା ସିୟୋର ହେ’ : ରାଜନାଥ

0

ନୂଆଦିଲ୍ଲୀ : ରାଫେଲ ଚୁକ୍ତିରେ ଘୋଟାଲା ହୋଇଥିବା ଅଭିଯୋଗ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକିଦାର ଚୋର ହେ’ ସମ୍ବୋଧିତ କରିଆସୁଛନ୍ତି। ରାହୁଲଙ୍କ ଏହି ଅଭିଯୋଗକୁ ଗୃହମନ୍ତ୍ରୀ ରାଜନାଥ ସିଂହ କଡା ଜବାବ ଦେଇଛନ୍ତି। ରାଜନାଥ ସୋମବାର ଏକ ସଭାରେ କହିଛନ୍ତି ‘ହମାରା ଚୌକିଦାର ପିୟୋର ହେ, ଅଗଲିବାର ପିଏମ ବନନା ସିୟୋର ହେ, ଏହି ସାରି ସମସ୍ୟାୟୋ କା କିୟୋର ହେ’ ବୋଲି କହିଛନ୍ତି।
ଉତ୍ତରପ୍ରଦେଶ ମୁରାଦାବାଦରେ ଆୟୋଜିତ ସଭାରେ ରାଜନାଥ ସିଂହ ଏହି କଥା କହିଛନ୍ତି। ସେ ଆହୁରି କହିଛନ୍ତି ‘କିଛି ବିରୋଧୀ ଆମ ସରକାର ଉପରେ ମିଥ୍ୟା ଅଭିଯୋଗ କରିଆସୁଛି। କିନ୍ତୁ ଆମ ସରକାରର ୫ବର୍ଷ ମଧ୍ୟରେ କୌଣସି ଦୁର୍ନିତି ଅଭିଯୋଗ ହୋଇନାହିଁ’ ବୋଲି ରାଜନାଥ କହିଛନ୍ତି। ସରକାର ବିରୋଧରେ ଯେଉଁ ମହାମେଣ୍ଟ ଗଠନ କରାଯାଉଛି ତାହା ଦୁର୍ନିତି ମାନଙ୍କର ପେଣ୍ଠ ବୋଲି କହିଛନ୍ତି।
ସୂଚନାଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଚୁକ୍ତିରେ ଦୁର୍ନିତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ବନ୍ଧୁ ଅନିଲ ଆମ୍ବାନୀକୁ ୩୦ହଜାର କୋଟି ଟଙ୍କା ଲାଭ ପହଞ୍ଚାଇଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଆସୁଛନ୍ତି।

Leave A Reply