ଜାଣନ୍ତୁ କେଉଁ ଦେଶର ମୁଖ୍ୟ ଖାଦ୍ୟ ରାଜ୍‌ମା

0

ଉତ୍ତର-ଭାରତର ଯେ କୌଣସି ପର୍ୟ୍ୟଟନସ୍ଥଳକୁ ଗଲେ, ରାସ୍ତାକଡ଼ ହୋଟେଲରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ ସବୁଠାରେ ରାଜମା’ ବ୍ୟଞ୍ଜନ ମିଳିଥାଏ। ସ୍ଥାନୀୟ ଲୋକେ ଓ ପର୍ୟ୍ୟଟକଙ୍କର ଏହା ପ୍ରିୟ ବ୍ୟଞ୍ଜନ ପ୍ରକୃତରେ କିନ୍ତୁ ବିଦେଶୀ ଖାଦ୍ୟ।

ସର୍ବପ୍ରଥମେ ମେକ୍ସିକୋର ଗ୍ରାମୀଣ ପ୍ରାନ୍ତରେ ହିଁ ଏହି ଖାଦ୍ୟର ମୂଳଦୁଆ ପଡ଼ିଥିଲା। ସେଠାରେ ପିଲାମାନଙ୍କୁ ଏହି ପୋଷକତତ୍ତ୍ବ ଭରପୂର ଖାଦ୍ୟ ଦିଆଯାଉଥିବାର ବିଶେଷଜ୍ଞଙ୍କ ମତ। ପରବର୍ତ୍ତୀ ସମୟରେ ଏହା ନେପାଳକୁ ଆସିଥିଲା। ସମୟକ୍ରମେ ଉତ୍ତର-ଭାରତରେ ରାଜ୍‌‌ମାର ଲୋକପ୍ରିୟତା ବଢ଼ିବା ସହ ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ବ୍ୟଞ୍ଜନର ପରିଚୟ ପାଇଥିଲା।

ମିଳିଥିବା ତଥ୍ୟ ଅନୁସାରେ, ଗୋରା ସାହେବଙ୍କ ଶାସନ ସମୟରୁ ହିଁ ଏହି ରାଜମାର ଆଦର ବଢ଼ିଥିଲା। ଆଜିର ସମୟରେ ଉତ୍ତର-ଭାରତୀୟ ରାଜମା-ଚାଉଳର ଲୋକପ୍ରିୟତା ବିଶ୍ବର ପ୍ରତ୍ୟେକ ପ୍ରାନ୍ତରେ ଦେଖିବାକୁ ମିଳୁଛି।

Leave A Reply