ରଜନୀକାନ୍ତଙ୍କ ଆଗାମୀ ସିନେମା “ଦରବାର”ର ନୂଆ ପୋଷ୍ଟର ରିଲିଜ

ମୁମ୍ବଇ : ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର “ଦରବାର”ର ନୂଆ ପୋଷ୍ଟର ଶନିବାର ରିଲିଜ ହୋଇଛି। ରିଲିଜ ହୋଇଥିବା ନୂଆ ପୋଷ୍ଟରରେ ରଜନୀକାନ୍ତ ଦାଢି ରଖି ହାତରେ ବନ୍ଧୁକ ଧରି ଛିଡା ହୋଇଥିବା ନଜର ଆସିଛନ୍ତି। ପୋଷ୍ଟରର ଉପର ଭାଗରେ “ହାପି ଦୀୱାଲି” ଲେଖାଅଛି। ଆସନ୍ତାବର୍ଷ ୨୦୨୦ରେ ତାମିଲନାଡୁର ବଡ଼ ଅର୍ଥାତ ଜଣାଶୁଣା ପର୍ବ “ପୋଙ୍ଗଲ” ଅବସରରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ ବୋଲି ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଶନିବାର ସିନେମାର ପୋଷ୍ଟର ସହ ଟ୍ବିଟ୍ କରି ସୂଚନା ଦେଇଛନ୍ତି।


ଲାଇକା ପ୍ରଡକ୍ସନରେ ନିର୍ମିତ ହେଉଥିବା ଦରବାରରେ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ଆଲୀରାଜାଃ ସୁବାସକରଣ। ଏଥିରେ ଏ.ଆର ମୁରୁଗାଦୋଶ ନିର୍ଦେଶନା ଦେଇଛନ୍ତି। ଅନିରୁଦ୍ଧ ରବିଚନ୍ଦ୍ରନଙ୍କ ସଙ୍ଗୀତରେ ଚଳଚ୍ଚିତ୍ରର ଗୀତ ଗୁଡିକୁ ସଜାଯାଇଛି।

Comments are closed.