ବିଜେପି ଛାଡ଼ିଲେ ବିବାଦୀୟ ବିଧାୟକ ଜ୍ଞାନଦେବ ଆହୁଜା

0

ଜୟପୁର : ସବୁବେଳେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ଜ୍ଞାନଦେବ ଆହୁଜା ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ଟିକଟ ନଦେବା ପ୍ରତିବାଦରେ ସେ ଦଳ ଛାଡ଼ିଛନ୍ତି। ଏଥିସହିତ ସେ ସ୍ୱାଧୀନ ଭାବେ ସାଙ୍ଗାନେର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ସେ ରାମଗଡ଼ ଆସନରୁ ନିର୍ବାଚିତ ହୋଇଥିଲେ। ସାଙ୍ଗାନେର ଆସନରୁ ବିଜେପି ଛାଡ଼ିଥିବା ଘନଶ୍ୟାମ ତିୱାରୀ ଗତ ନିର୍ବାଚନରେ ବିଜୟୀ ହୋଇଥିଲେ। ତାଙ୍କୁ ଟିକଟ ନଦେବା ଅର୍ଥ ଦଳୀୟ ନେତାଙ୍କର ତାଙ୍କ ଉପରେ ଭରଶା ନାହିଁ; ତେଣୁ ସେ କାହିଁକି ଦଳରେ ରହିବେ ବୋଲି ପ୍ରଶ୍ନ କରିଛନ୍ତି। ଗୋ-ରକ୍ଷା ଓ ରାମଜନ୍ମଭୂମି ତାଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଆହୁଜା କହିଛନ୍ତି।

Leave A Reply