ରାଜସ୍ଥାନ ପୌର ନିର୍ବାଚନରେ କଂଗ୍ରେସର ବାଜିମାତ

ଜୟପୁର : ରାଜସ୍ଥାନ ପୌରାଞ୍ଚଳ (ସହରାଞ୍ଚଳ ସ୍ବାୟତ୍ତ ଶାସନ)ନିର୍ବାଚନରେ ଶାସକ କଂଗ୍ରେସ ବାଜି ମାରି ​ନେଇଛି। ବିଭିନ୍ନ ସହରର ମୋଟ ୨୧୦୫ଟି ୱାର୍ଡରେ ନିର୍ବାଚନ ହୋଇଥିବାବେଳେ କଂଗ୍ରେସ ୯୬୧ଟି ୱାର୍ଡରେ ବିଜୟୀ ହୋଇଛି। ବିରୋଧୀ ବିଜେପି ୭୩୭ଟି ୱାର୍ଡରେ ବିଜୟୀ ହୋଇଥିବାବେଳେ ବିଏସପି ୧୬ଟି, ସିପିଏମ୍ ୩ଟି ଓ ଏନସିପି ୨ଟି ଆସନରେ ବିଜୟୀ ହୋଇଛି। ଅବଶିଷ୍ଟ ୱାର୍ଡରେ ସ୍ବାଧୀନ ଓ ଅନ୍ୟ ଆଞ୍ଚଳିକ ଦଳ ବିଜୟୀ ହୋଇଛନ୍ତି। ​‌ରାଜ୍ୟର ୪୯ଟି ପୌର ପରିଷଦରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ପୂର୍ବକ ମେୟର ପଦ ହାତେଇଛି। ଶନିବାର ରାଜ୍ୟର ୩ଟି ମ୍ୟୁନିସିପାଲ କର୍ପୋରେସନ, ୧୮ ନଗର ପରିଷଦ ଓ ୨୮ଟି ନଗର ପାଳିକାରେ ଭୋଟ ହୋଇଥିଲା।

Comments are closed.