ସେବିକା ନିହାରିକା ହତ୍ୟାକାଣ୍ଡ ମାମଲା ; ଅଭିଯୁକ୍ତ ରାଜାକୁ ୩ ଦିନିଆ ରିମାଣ୍ଡ

ଜଗତସିଂହପୁର : ସେବିକା ନିହାରିକା ହତ୍ୟାକାଣ୍ଡ ମାମଲାର ମୁଖ୍ୟଅଭିଯୁକ୍ତ  କିଶୋର ଅଞ୍ଚଳ ଓରଫ (ରାଜା)କୁ ସୋମବାର ବିରିଡ଼ି ପୁଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ରାଜା ସହ ଅନ୍ୟକେହି ସହଯୋଗୀ ସାମିଲଥିବା ନେଇ ପୁଲିସ ସନ୍ଦେହ କରି ଅଧିକ ପଚରା ଉଚରା  ପାଇଁ  ରିମାଣ୍ଡ ନେଇଛି ।

ରାଜା ନିଜେ ନିହାରିକାକୁ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିବା ସ୍ବୀକାର କରିଥିଲା। ଶନିବାର ଜଗତସିଂହପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଥିଲେ। କଟକ ଚାଉଳିଆଗଞ୍ଜର ଅପର୍ଣ୍ଣାନଗରରେ ଥିବା ନିଜ ସାଙ୍ଗ ରହୁଥିବା ଭଡାଘରେ ସେ ନିହାରିକାକୁ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଥିଲା।

 

Comments are closed.