ରଜ ପର୍ବର ପରମ୍ପରା ଓ ବିଶ୍ୱାସ

ଓଡିଶାରେ ମହା ଆଡମ୍ବର ସହକାରେ ରଜ ପର୍ବରକୁ ପାଳ କରାଯାଇଥାଏ ।  ଏହି ସମୟରେ ପୃଥିବୀ  ରଜସ୍ୱଳା ହେଉଥିବା ବିଶ୍ୱାସ କରାଯାଏ । ନିଦାଘର ତପ୍ତ ପରିବେଶରୁ ମୌସୁମୀର ସ୍ପର୍ଶରେ ଧରିତ୍ରୀ ଶସ୍ୟ ଉତ୍ପନ ପାଇଁ ଉପଯୋଗୀ ହୋଇଥାଏ । ବସୁନ୍ଧରାକୁ ନାରୀ ସହ ତୁଳନା କରାଯାଏ ଏହି ରଜ ପର୍ବକୁ ପାଳନ କରାଯାଇଥାଏ ।  କୃଷି ଉପଯୋଗୀ ହେଉଥିବାରୁ ପ୍ରତିବର୍ଷ ମିଥୁନ ସଂକ୍ରାନ୍ତି ଅବସରରେ ରଜ ପର୍ବ ପାଳନ କରାଯାଏଥାଏ । ଚାରିଦିନ ଧରି ରଜ ପାଳନ କରାଯାଏ ।

ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି,  ତୃତୀୟ ଦିନକୁ  ଭୂମିଦହନ ଓ ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଇଥାଏ ।  ରଜର ଆକ୍ଷରିକ  ଅର୍ଥ ହେଉଛି ରଜବତୀ ହେବା ।  ରଜରେ ଓଡିଶାରେ ଝିଅମାନଙ୍କୁ ପ୍ରାଧାନ୍ୟତା ଦିଆଯାଇଥାଏ ।  ନୂତନ ପୋଷାକ ପରିଧାନ ସହ ପିଠାପଣା ଓ ବିଭିନ୍ନ ପ୍ରକାର  ପାରମ୍ପରିକ  ଖାଦ୍ୟ  ପ୍ରସ୍ତୁତ କରାଯାଇଥାଏ । ପୋଡ ପିଠା , ରଜ ପାନର ବିଶେଷ୍ୱତ ଅଲଗା । ବିଭିନ୍ନ ସ୍ଥାନରେ କବାଡୁ, ବୁଗୁଡି ଓ ଡୁଡୁ ଖେଳର ଆୟୋଜନ କରାଯାଇଥାଏ । ରଜରେ ଦୋଳିର ମଜା ନିଆରା ।

ବିଭିନ୍ନ ସ୍ଥାନରେ ବିଶାଳକାୟ ଦୋଳି ବନ୍ଧା ଯାଇଥାଏ । ଏବେ ପ୍ଲାଷ୍ଟିକ ଦୋଳି ପାରମ୍ପରିକ ଦୋଳିର ସ୍ଥାନ ନେଇଛି  । ହେଲେ ବାଉଁଶ ଦୋଳି, ଓ ପାରମ୍ପରିକ ଦୋଳି ଏବେ ବି ତାହାର  ଚାହିଦା ହରାଇ ନାହିଁ ।

ତେବେ ରଜ ଏକ ପ୍ରକାର ଖୁସୀ ନେଇ ଆସିଥାଏ । ଏହାକୁ ଆଗ୍ରହ ଓ ଆଡମ୍ବର ସହକାରେ ସାରା ଓଡ଼ିଶାରେ ପାଳନ କରାଯାଇଥାଏ ।

ଆଲେଖ୍ୟ – ଜିତ ପଟ୍ଟନାୟକ

Comments are closed.