ରଜ ପାନ

ରଜ ପର୍ବ ଖାଲି ପିଠା ପଣା , ଦୋଳିରେ ଝୁଲିବା  ନୁହେଁ ରଜରେ ପାନର ଏକ ବିଶେଷତ୍ୱ ରହିଛି  । ଓଡିଶାରେ ଖିଲିପାନ, ଗୁଣ୍ଡି ପାନ ବିଡିଆ ପାନ କଥା ତ ଶୁଣିଥିବେ ହେଲେ ରଜ ପାନ ଟିକେ ନିଆରା । ଏଥିରେ ବିଭିନ୍ନ ସୁଗନ୍ଧି ଦ୍ରବ୍ୟ ସହ ମିଠାର ବ୍ୟବହାର କରାଯାଇଥାଏ । ପ୍ରତ୍ୟେକ ଘରେ ରଜର ପିଠାପଣା ସହ ପାନର ବ୍ୟବସ୍ଥା ହୋଇଥାଏ । ଏବେ କେତକ ସହରରେ ରଜ ଅବସରରେ ବିଶେଷ ପାନ ଦେକାନ ବି ଦେଖିବାକୁ ମିଳୁଛି ।

ପାନରେ ଚୂନା ଗୁଆ ଖଇର ସହ ଗୁଜୁରାତି  ଲବଙ୍ଗ, ଭଜା ଧନିଆ ପାନମଧୁରୀ ସହ କେଶର , ଚେରୀ ଓ ବିଭିନ୍ନ ପ୍ରକାରର ସୁଗନ୍ଧି ମିଠା ପଡିଥାଏ । ସାଧରାଣ ପାନ ଖିଲଠାରୁ ଏହା ବଡ ଦେଖାଯାଏ । ସ୍ୱଦ ମଧ୍ୟ ଅଲଗା । ଏବେ ଏହାକୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ଆକାରରେ ଭଙ୍ଗା ଯାଉଛି ।  ଆଗରୁ ଏଥିରେ ଲବଙ୍ଗ ଖୋସାଯାଉଥିବା ବେଳେ ଏବେ ଏଥିରେ ଟୁଥ୍‌ ପିକ୍ ଖୋସାଯାଉଛି । ଖାଇଲା ବେଲେ ଟୁଥ୍‌ ପିକିଟି କାଢି ଦେବେ । ରଜା ଆସିଲେ ପାନର ଚାହିଦା  ବି ବଢିଯାଏ । ସମସ୍ତେ ଅତି ଆଗ୍ରହର ସହ ପାନ ଖାଇ ଥାଆନ୍ତି ।

ଆଲେଖ୍ୟ ଜିତ୍‌ ପଟ୍ଟନାୟକ

Comments are closed.