ରଜର ସ୍ୱତନ୍ତ୍ର ଗୀତ

    ବନସ୍ତେ ଡାକିଲା ଗଜ,

ବରଷକେ ଥରେ ଆସିଛି ରଜ,

ଆସିଛି ରଜ ଲୋ

ଘେନି ନୂଆ ସଜବାଜ ॥

ରଜ ଦୋଳି କଟ କଟ,

ମୋ ଭାଇ ମଥାରେ ସୁନା-ମୁକୁଟ,

ସୁନା ମୁକୁଟ ଲୋ

ଦିଶୁଥାଏ ଝଟମଟ ॥ ”

“           ପାନ ଖିଆ ରସିକ ପାଟି,

ଖୋଜି ବୁଲୁଥିଲା ରାଜାଙ୍କ ହାତୀ,

ଢାଳି ଦେଇଗଲା ଶିରରେ,

ରାଜା ହୋଇଗଲେ ରଜରେ ॥

Comments are closed.