ଆଜି ପହିଲି ରଜ

0

ଐତିହ୍ୟ ଓ ସଂସ୍କୃତିସମ୍ପନ୍ନ ଓଡ଼ିଶା ରାଇଜରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ତନ୍ମଧ୍ୟରୁ ଅନ୍ୟତମ ବିଶେଷ ପର୍ବ ହେଉଛି ରଜ। ତିନିଦିନଧରି ଓଡ଼ିଶାର ସହର ଠାରୁ ପୁରପଲ୍ଲୀରେ ରଜର ଆସର ଘରେଘରେ ଜମିଥାଏ। ରଜ ପର୍ବରେ ଗାଁଗଣ୍ଡାରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ବିଶ୍ରାମ ନିଅନ୍ତି। ବିଶେଷ କରି ଝିଅମାନେ ସଜବାଜ ହୋଇ ନୂଆ ପୋଷାକ ପିନ୍ଧି ଆନନ୍ଦରେ ରଜ ପାଳନ କରିଥାନ୍ତି। ରାଜ ଦୋଳିର ଗୀତ ସମସ୍ତଙ୍କୁ ବିମୋହିତ କରିଥାଏ।

ଆଷାଢ଼ ମାସରେ ପଡ଼ୁଥିବା ସଂକ୍ରାନ୍ତି ରଜ ସଂକ୍ରାନ୍ତି ଭାବେ ପାଳିତ ହୁଏ। ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ ଓ ସଂକ୍ରାନ୍ତିର ପରଦିନକୁ ଭୂମି ଦହନ କୁହାଯାଏ। ଏ ସମୟରେ ଭୂମିକୁ ଖୋଳିବା ଏକଦମ୍ ନିଷିଦ୍ଧ। ଚତୁର୍ଥ ଦିନ ସକାଳେ ବସୁମତୀ ସ୍ନାନ ସହିତ ରଜ ପର୍ବ  ଶେଷ ହୋଇଥାଏ। । ରଜ ପର୍ବର ଆସର ରଜଦୋଳି ଓ ପୋଡ଼ପିଠାରେ ଅଧିକ ଜମିଥାଏ। ପୋଡ଼ପିଠା ଖିଆଯାଏ ଯେତିକି, ବଣ୍ଟାଯାଏ ତା’ଠୁ ଅଧିକ। ଧନୀ-ଗରିବ ଜାତିଭେଦ ନିର୍ବିଶେଷରେ ସମସ୍ତଙ୍କ ଘରେ ଏହି ପର୍ବ ପାଳିତ ହୋଇଥାଏ।

Leave A Reply