ରାଜ ଠାକରେଙ୍କୁ ୮ଘଣ୍ଟା ଜେରା କଲା ଇଡି

ମୁମ୍ବଇ : ବେଆଇନ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ଜେରା କରିଛି। ଏପରି କି ଇଡି ରାଜଙ୍କୁ ୮ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା।

ପୂର୍ବାହ୍ଣ ୧୧ଟା ୨୫ରେ ରାଜ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଓ ସନ୍ଧ୍ୟା ୮ଟା ୧୫ରେ ବାହାରିଥିଲେ। ଇଡି କାର୍ଯ୍ୟାଳୟରୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପ୍ରତିକ୍ରିୟା ଲୋଡିଥିବାବେଳେ ସେ କୌଣସି ଉତ୍ତର ଦେଇ ନଥିଲେ। ଆଇଏଲ ଆଣ୍ଡ ଏଫଏସ୍‌ ପକ୍ଷରୁ କୋହିନୂର ସିଟିଏନଏଲକୁ ଦିଆଯାଇଥିବା ଋଣ ଜାଲିଆତିକୁ ନେଇ ଇଡି ରାଜ ଠାକେରଙ୍କୁ ଜେରା କରିଛି।

Comments are closed.